X
Breaking News
ଧର୍ମ

ବିବାଦ ଘେରରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ମନ ଇଚ୍ଛା ଲାଗୁ କରୁଛନ୍ତି ନିୟମ.. !

PURI

ପୁରୀ: ପଦାରେ ପଡ଼ିଛି ଶ୍ରୀମନ୍ଦିର ପ୍ରଶାସକଙ୍କ ମନମାନି । ଆଜି ଗୋଟିଏ ନିୟମ ତ କାଲି ଆଉ ଗୋଟେ ନିୟମ ପ୍ରଣୟନ କରୁଛନ୍ତି ଶୀମନ୍ଦିର ପ୍ରଶାସକ । ଗୋଟିଏ ପଟେ ବିଭିନ୍ନ ସମୟରେ ଶ୍ରୀମନ୍ଦିର ପରିଚାଳନାରେ ତ୍ରୁଟିକୁ ନେଇ ବିବାଦ ଲାଗିରହିଥିବା ବେଳେ ପୁଣି ଏକ ନୂଆ ବିବାଦ ଏଥିରେ ଯୋଡ଼ି ହୋଇଯାଇଛି । ଶ୍ରୀମନ୍ଦିର ପ୍ରଶାସକ ପ୍ରଦିପ୍ତ ମହାପାତ୍ର ଦୁଇ ଦୁଇ ଥର ପଦରେ ନିଯୁକ୍ତି ହେବାରୁ ତାଙ୍କର ଏଭଳି ଔଦ୍ଧତ୍ୟ ବଢିଯାଇଥିବା କୁହାଯାଉଛି । ବାରମ୍ବାର ବିବାଦରେ ରହୁଥିଲେ ମଧ୍ୟ ସେ ସୁଧୁରିବାର ନାଁ ଧରୁ ନାହାନ୍ତି ବୋଲି ଏବେ ଚର୍ଚ୍ଚା ହେଲାଣି । ନବକଳେବର ବିଭ୍ରାଟ ସମୟରେ ମୁଖ୍ୟ ପ୍ରଶାସକ ଥିବା ପ୍ରଦିପ୍ତଙ୍କୁ କାହିଁକି ପୁଣି ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତି କରାଗଲା, ତାହା ମଧ୍ୟ ଲୋକଙ୍କର ହଜମ ହେଉନାହିଁ । ପ୍ରଦିପ୍ତଙ୍କ ପ୍ରତି ରାଜ୍ୟ ସରକାରଙ୍କ କ’ଣ ଦୁର୍ବଳାତା ରହିଛି ବୋଲି ଏବେ ପ୍ରଶ୍ନ ଉଠୁଛି ।

ଗତ ଦୁଇ ଦିନ ତଳେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ନୋଟିସ କରାଯାଇଥିଲା ଯେ, ଆଗାମୀ ରଥଯାତ୍ରା ସମୟରେ କୌଣସି ଟିଭି ଚ୍ୟାନେଲ ସିଧାପ୍ରସାରଣ କରିପାରିବେ ନାହିଁ । କେବଳ ଗୋଟିଏ ଟିଭି ଚ୍ୟାନେଲକୁ ଏହାର ପ୍ରସାରଣ ଦାୟିତ୍ୱ ଦିଆଯିବ । ଏଥିପାଇଁ 5 ବର୍ଷରୁ ଅଧିକ ଅଭିଜ୍ଞତା ଥିବା ଚ୍ୟାନେଲଗୁଡ଼ିକ ମଧ୍ୟରେ ବିଡିଂ ହେବ । ଯେଉଁ ଚ୍ୟାନେଲ ବିଡିଂରେ ଆଗରେ ରହିବ ସେହି ଚ୍ୟାନେଲକୁ ସିଧାପ୍ରସାରଣ ଅନୁମତି ଦିଆଯିବ । ତେବେ ଏନେଇ ଗତକାଲି ବିଡିଂ ମଧ୍ୟ ହୋଇଥିଲା । ବିଡିଂରେ ଗୋଟିଏ ଘରୋଇ ଟିଭି ଚ୍ୟାନେଲ୍‌ ଆଗରେ ମଧ୍ୟ ରହିଥିଲା । କିନ୍ତୁ ବିଡିଂରେ ଆଗରେ ରହଥିବା ଚ୍ୟାନେଲକୁ ମଧ୍ୟ ସିଧାପ୍ରସାରଣ ପାଇଁ ଅନୁମତି ଦିଆଯାଇନଥିଲା ।

ବିଡିଂର ଗୋଟିଏ ଦିନ ପରେ ଆଜି ସେହି ନିୟମ ପରିବର୍ତ୍ତନ ହୋଇଗଲା । ସୂଚନା ଅନୁଯାୟୀ, ବିଡିଂର କୌଣସି ମାନେ ରହିଲା ନାହିଁ । ଏଥର ସବୁ ଟିଭି ଚ୍ୟାନେଲ ରଥଯାତ୍ରା ସିଧାପ୍ରସାରଣ କରିପାରିବେ ବୋଲି ସ୍ଥିର କରାଯାଇଛି । କିନ୍ତୁ ଏଥିରେ ଗୋଟିଏ ସର୍ତ୍ତ ରଖାଯାଇଛି ଯେ, ସବୁ ଟିଭି ଚ୍ୟାନେଲ ଗୁଡ଼ିକ ଶ୍ରୀମନ୍ଦିର ପାଣ୍ଠିକୁ କିଛି ଟଙ୍କା ଦେବେ ଏବଂ ସିଧାପ୍ରସାରଣ କରିବେ ।

ଶ୍ରୀମନ୍ଦିର ପ୍ରଶାସନ କମିଟିର ଆଜିର ଏହି ନିଷ୍ପତ୍ତି ପରେ ବିବାଦକୁ ଟାଣି ହୋଇଯାଇଛନ୍ତି ମୁଖ୍ୟ ପ୍ରଶାସକ ପ୍ରଦିପ୍ତ ମହାପାତ୍ର । ସେ ନିଜ ମନ ଇଚ୍ଛା ନିୟମ ପ୍ରଣୟନ କରୁଛନ୍ତି । ବିଡ଼ିଂ କରାଯିବ ବୋଲି ସେ ଆଗରୁ କାହା ସହ ଆଲୋଚନା କରିନାହାନ୍ତି ବୋଲି ଅଭିଯୋଗ ହୋଇଛି । ଶ୍ରୀ ମହାପାତ୍ର କାହା ସାହସରେ ଏଭଳି ମନମାନି କରୁଛନ୍ତି ବୋଲି ମଧ୍ୟ ଏବେ ଚର୍ଚ୍ଚା ଜୋର ଧରିଲାଣି । ଏହା ସହ ସେ ଗତକାଲି (ସୋମବାର) ଗଣମାଧ୍ୟମରେ କହିଥିଲେ ଯେ, ଏହି ପ୍ରସ୍ତାବ ସେ ଗତ 2011 ମସିହାରୁ ଦେଇଥିଲେ କିନ୍ତୁ ଏଯାଏଁ ପ୍ରଣୟନ ହୋଇନଥିଲା । ସେ ପ୍ରଶାସକ ହୋଇ ଆସିବା ପରେ ଏହି ନିୟମକୁ ଲାଗୁ କରିବାକୁ ଚେଷ୍ଟା କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top