ଅପରାଧ

ଶ୍ରମିକ କାର୍ଡ଼ ପ୍ରଲୋଭନ ଦେଖାଇ ଡ଼ଙ୍ଗରିଆଙ୍କୁ ଲୁଟୁଛି ଦଲାଲ !

Dangaria

ରାୟଗଡ଼ା: ଶ୍ରମିକ କାର୍ଡ଼ ପାଇଁ ଡ଼ଙ୍ଗରିଆଙ୍କୁ ଲୁଟିଲେ ଦଲାଲ । ପୁଣି ଥରେ ଠକାମିର ଶିକାର ହୋଇଛନ୍ତି ନିରିହ ଡ଼ଙ୍ଗରିଆ । ଏଭଳି ଖବର ଆସିଛି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ପାରସାଲି ପଚାଂୟତରୁ । ଏହି ପଚାଂୟତର କାନସୁର, ତେବାପଡ଼ା, କଣ୍ଡାସାରି ଏବଂ କାଡ଼୍ରାକାବଣ୍ଡେଲି ଭଳି ଛଅ ଖଣ୍ଡ ଗାଁର ଜଣେ କି ଦୁଇଜଣ ନୁହଁନ୍ତି ପ୍ରାୟ ୩୦୦ରୁ ଉର୍ଦ୍ଧ୍ୱ ଲୋକ ଏହି ଠକାମିର ଶିକାର ହୋଇଛନ୍ତି । ଏହାର ପ୍ରତିବାଦରେ ଜିଲ୍ଲାଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ ଶତାଧିକ ଡ଼ଙ୍ଗରିଆ ।

ସରକାରଙ୍କ ଘୋଷିତ ଶ୍ରମ କାର୍ଡ଼ ପାଇବା ପାଇଁ ସମ୍ପୃକ୍ତ ଛଅ ଖଣ୍ଡ ଗାଁର ଲୋକେ କଲ୍ୟାଣସିଂହପୁର ବ୍ଲକ ଜାଗୃତିଗୁଡ଼ା ଗାଁର ନିତ୍ୟାନନ୍ଦ ପ୍ରଧାନଙ୍କ ସହିତ ଯୋଗାଯୋଗ କରିଥିଲେ । ତେବେ ଏହିକାମ କଲ୍ୟାଣସିଂହପୁର ବଡ଼ଦ୍ୱାର ସାହିରେ ରହୁଥିବା ବିଶ୍ୱନାଥଙ୍କୁ ନିର୍ଭର କରୁଥିଲେ । ସମସ୍ତ ହିତାଧିକାରୀ ବିଶ୍ୱନାଥଙ୍କୁ ଗତ ୨୦୧୮ ଜୁନ ମାସରେ ଜଣକ ପିଛା ୫୨୦ ଟଙ୍କା ଆକାରରେ ମୋଟ ୬୦ ହଜାର ଦେଇଥିବା ଅଭିଯୋଗ କରିଛନ୍ତି । ଏହି କାର୍ଡ଼ ମିଳିଲେ ୧୦ ହଜାର ଟଙ୍କା ସହିତ ସାଇକେଲ ଏବଂ ଘର ଖଣ୍ଡିଏ ମିଳିବାର ପ୍ରଲୋଭନ ଦେଖାଇ ଏଥିପାଇଁ ୫୨୦ ଟଙ୍କା ସରକାରୀ ଖର୍ଚ୍ଚ ହେବ ବୋଲି କହି ଟଙ୍କା ଲୁଟି ନେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top