X
Breaking News
ନ୍ୟୁଜ୍

ସଡକ ଦୁର୍ଘଟଣାରେ ଦୁଇ ମୃତ

accident

ରାୟଗଡ଼ା: ଦିନକୁ ଦିନ ବଢିବାରେ ଲାଗିଛି ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଅନେକଙ୍କର ମୃତ୍ୟୁ ହେଉଥିବାବେଳେ ଆଉ କେତେକ ଗୁରୁତରଭାବେ ଆହତ ହୋଇରହୁଛନ୍ତି । ତେବେ ପୁଣି ଗୋଟିଏ ନୁହେଁ ତିନୋଟି ସଡ଼କ ଦୁର୍ଘଟଣା ଘଟିଥିବା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲାରେ । ଓଡିଶା, ଆନ୍ଧ୍ରକୁ ସଂଯୋଗ କରୁଥିବା ରାସ୍ତାରେ ପୃଥକ ପୃଥକ ଭାବରେ ତିନୋଟି ସଡକ ଦୁର୍ଘଟଣା ଘଟିଛି । କେରେଡା ପେଟ୍ରୋଲ ପମ୍ପ ନିକଟରେ ଗୋଟିଏ ଟ୍ରକ୍ ରାସ୍ତାରେ ଓଲଟି ପଡିଥିବାବେଳେ ଅନ୍ୟ ଗୋଟିଏ ଟ୍ରକକୁ ମଝିଘରିଆଣି ବ୍ରିଜ ନିକଟରେ ପଡ଼ିଥିବା ଦେଖିବାକୁ ମିଳିଛି । ଏହି ଦୁଇ ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ସୂଚନା ମିଳିଥିବାବେଳେ ରାୟଗଡ ସେସଖାଲ ଥାନା ଅନ୍ତର୍ଗତ ପାରତାପୁର ଘାଟିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି ।

ସୂଚନା ଅନୁଯାୟୀ ଆଜି ଭୋର ସମୟରେ ବିଷାଖାପାଟଣାଠାରୁ ରାୟଗାଡ ଅଭିମୁଖେ ଏକ କୋଇଲା ବୋଝେଇ ଟ୍ରକ୍ ଆସୁଥିବାବେଳେ ରାୟଗଡ ଠାରୁ ୧୫ କି ମି ଦୂରରେ ଥିବା ପାରତାପୁର ଗଡାଣିଠାରେ ଭାର ସାମ୍ୟହରାଇ ଗଛ ସହିତ ବାଡେଇ ହୋଇଥିଲ। । ଏହି ଦୁର୍ଘଟଣାରେ ଡ୍ରାଇଭର ଓ ହେଲଫର ଗୁରୁତର ହୋଇଥିବାରୁ ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ରାୟଗଡାରେ ଗଡିମାଲିକ ଏବଂ ମୃତକଙ୍କ ପରିବାର ବର୍ଗ ପହଂଚିଥିବାବେଳେ ସେସଖାଲ ଥାନାରେ ଏକ ମମାଲରୁଜୁ ହୋଇ ହୋଇଛି । ସବ ବ୍ୟବଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯିବା ନେଇ ସୂଚନା ଦେଇଛନ୍ତି ରାୟଗଡ ଏସ୍‌ଡିପିଓ ତପନ ନାରାୟଣ ରଥ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top