X
Breaking News
ନ୍ୟୁଜ୍

ନିର୍ମାଣ କାର୍ଯ୍ୟ ସରିନି, ରାସ୍ତା ଫାଟି ଆଁ କଲାଣି

ଭଦ୍ରକ: ରାସ୍ତା ନିର୍ମାଣ ପାଇଁ ଅନୁଦାନ ଆସିଛି 4ଲକ୍ଷ ଟଙ୍କା । ରାସ୍ତା କାମ ମଧ୍ୟ ଆରମ୍ଭ ହୋଇଯାଇଛି । ମାତ୍ର ନିମ୍ନମାନର କାମ ଯୋଗୁଁ ଆରମ୍ଭରୁ ରାସ୍ତା ଫାଟି ଆଁ କରିଛି ।

ଏଭଳି ଚିତ୍ର ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ତେନ୍ତୁଡିଳିଡିହି ରାସ୍ତାରେ ଦେଖିବାକୁ ମିଳିଛି । ବନ୍ୟା ପ୍ଲାବିତ ଅଂଚଳରେ ଏଫଡ଼ିଆର ଯୋଜନାରେ ବ୍ରାହ୍ମଣସାହି ଠାରୁ ବାସନ୍ତି ପଡ଼ିଆ ପର୍ଯ୍ୟନ୍ତ ୪ ଲକ୍ଷ ଟଙ୍କାର କାର୍ଯ୍ୟାଦେଶ ମିଳିଥିଲା । ଦୀର୍ଘ ଦିନର ଦାବି ପରେ ପଞ୍ଚାୟତକୁ ଯାତାୟତ ପାଇଁ ରାସ୍ତାଟିଏ ନିର୍ମାଣ ହେଲା । ମାତ୍ର ଆରମ୍ଭରୁ ଏଥିରେ ବ୍ୟତିକ୍ରମ ଦେଖାଦେଇଛି । ଠିକାଦାରଙ୍କ ମନମୁଖୀ କାମ ଯୋଗୁଁ ରାସ୍ତା କାର୍ଯ୍ୟ ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି ।

BDK

ନିର୍ଦ୍ଧାରିତ ସମୟରେ ରାସ୍ତା କାମ ଆରମ୍ଭ ହୋଇଥିଲେ ମଧ୍ୟ ତଦାରଖ ପାଇଁ କୌଣସି ଯନ୍ତ୍ରୀ ଉପସ୍ଥିତ ନାହାଁନ୍ତି । ନିମ୍ନମାନର କାମ କରି ଟଙ୍କାର ହରିଲୁଟ୍ କରାଯାଉଥିବା ଅଭିଯୋଗ ହୋଇଛି । ପୂର୍ବ ପରି ଖାଲ ଖମାରେ ଭର୍ତ୍ତି ରହିଛି ନୂଆ ରାସ୍ତା । ତେଣୁ ପୁଣି ଥରେ ରାସ୍ତା ନିର୍ମାଣ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

 

Click to comment

Leave a Reply

Your email address will not be published. Required fields are marked *

Most Popular

To Top