ଅପରାଧ

ନୟାଗଡ଼ ପରେ ଏବେ ରାଉରକେଲା, ଭୁଲ ଇଞ୍ଜେକସନ୍‌ ନେଲା ଜୀବନ !

Injections

ସୁନ୍ଦରଗଡ଼: ପୁଣି ଭୁଲ ଇଞ୍ଜକସନ୍‌ ନେଲା ଆଉ ଏକ ଜୀବନ । ନୟାଗଡ଼ରେ ଭୁଲ ମେଡ଼ିସିନ ଯୋଗୁଁ ନାବଳିକାର ଆଖି ନଷ୍ଟ ହେବା ଘଟଣା ଲୋକଙ୍କ ମନରୁ ନଲିଭୁଣୁ ପୁଣି ରାଉରକେଲାରେ ଏଭଳି ଏକ ଘଟଣା ଘଟିବା ସ୍ବାସ୍ଥ୍ୟ ବିଭାଗର କାର୍ଯ୍ୟକାରିତା ଉପରେ ପ୍ରଶ୍ନବାଚି ସୃଷ୍ଟି କରିଛି । ଭୁଲ ଇଞ୍ଜେକସନ ଯୋଗୁଁ ରାଉରେକଲାର ଜଣେ ବିଚାରଧୀନ କଏଦି ଜୋସେଫ ତିର୍କୀଙ୍କ ଜୀବନ ଚାଲିଯାଇଥିବା ଅଭିଯୋଗ ହୋଇଛି । ଜୋସେଫ ତିର୍କୀଙ୍କ ମୃତ୍ୟୁକୁ ନେଇ ପରିବାର ଲୋକେ ଏନେଇ ଅଭିଯୋଗ କରିଛନ୍ତି ।

ରବିବାର ଜୋସେଫ ଅସୁସ୍ଥ ଅନୁଭବ କରିବା ପରେ ଜେଲ୍‌ର ଡାକ୍ତର ତାଙ୍କୁ ମେଡିସିନ ଓ ଇଞ୍ଜେକସନ ଦେଇଥିଲେ । ମେଡ଼ିସିନ ନେବା ପରେ ସେ ଅଧିକ ଗୁରୁତର ହୋଇପଡ଼ିଥିଲେ । ପରେ ଜୋସେଫଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି ।

ଜୋସେଫ ତିର୍କୀ  ଏକ ହତ୍ୟା ମାମଲାରେ 2017 ମସିହାରୁ ରାଉରକେଲା ସ୍ୱତନ୍ତ୍ର ଜେଲ୍‌ରେ ସଜା କାଟୁଥିଲା । ତେବେ ହଠାତ ଜୋସେଫଙ୍କ ଦେହ ଖରାପ ଘଟଣାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ତାଙ୍କ ପରିବାର । ପରିବାର ଲୋକ ବାରମ୍ବାର ଭେଟିବାକୁ ଯାଇଥିବା ବେଳେ ଜୋସେଫଙ୍କ ଦେହ ଖରାପ କଥା ସେ କେବେ ପରିବାରକୁ ଜଣାଇନଥିଲେ । କିନ୍ତୁ ଏନେଇ ଚିକତ୍ସା କରିଥିବା ଡାକ୍ତରଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ଏଠି ପ୍ରଶ୍ନ ଉଠୁଛି ଜୋସେଫଙ୍କ ମୃତ୍ୟୁ ସାଧରଣ ଥିଲା ନା ତାହା ହତ୍ୟା ଥିଲା ? ଏଠି ପୋଲିସ ସତ କହୁଛି ନା ଘର ଲୋକଙ୍କ ଅଭିଯୋଗ ଠିକ ରହିଛି ? ତାହାକୁ ନେଇ ତର୍ଜମା ଲାଗି ରହିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top