ନ୍ୟୁଜ୍

ପୋଲ ତଳେ ପୁଳା ପୁଳା ପାଞ୍ଚ ଶହ ଟଙ୍କିଆ ନୋଟ୍‌ !

500 notes

ସମ୍ବଲପୁର: ସମସ୍ତେ ଜାଣିଛନ୍ତି ବିମୁଦ୍ରୀକରଣ ବେଳେ ଆନେକଙ୍କ ପାଖରେ ପ୍ରଚୁର କଳା ଧନ ଗଚ୍ଛିତ ଥିଲା । ଆଉ ସେମାନେ ସେହି ପୁରୁଣା ଟଙ୍କାକୁ ନିଜଠୁ ଦୁରେଇବା ପାଇଁ ବିଭିନ୍ନ ପ୍ରଣାଳି ଅବଲମ୍ବନ କରିଥିଲେ । କାରଣ ଭୟ ଥିଲା ବ୍ୟାଙ୍କରେ ଜମା କଲେ ଅନେକ ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିବ । ସେଥିପାଇଁ କେହି କେହି ପାଣିରେ ଟଙ୍କା ବସ୍ତା ଭସାଇଲେ ତ କେହି କେହି ମନ୍ଦିର ହୁଣ୍ଡିରେ ପୁରୁଣା ନୋଟ୍‌ ସବୁ ଦାନ କଲେ । ହେଲେ ସବୁଠାରୁ ବଡ଼ କଥା ହେଲେ ଏବେ କିଛି ନୂଆ ନୋଟ୍‌କୁ କେହି ପୋଲ ତଳେ ଏକ ପରିତ୍ୟକ୍ତ ସ୍ଥାନରେ ଫିଙ୍ଗିଥିବା ଦେଖାଯାଇଛି ।

ପୋଲ ତଳେ ପୁଳା ପୁଳା ଟଙ୍କା ପଡ଼ିଥିବା ଲୋକ ଦେଖିବାକୁ ପାଇଛନ୍ତି । ଆଉ ସବୁଗୁଡାକ 5 ଶହ ଟଙ୍କିଆ ନୋଟ୍‌ । ସମ୍ବଲପୁର ଦେବଗଡ଼ 53 ନମ୍ବର ଜାତୀୟ ରାଜପଥ ସିନ୍ଦୁରପଙ୍କ ପାଖ ଡୁମ୍ବେସିଂହା ପୋଲ ତଳେ ପୁଳା ପୁଳା ଟଙ୍କା ପଡିଥିବାର ଦେଖିବାକୁ ମିଳିଛି ।

 

ତେବେ ଏହି ସବୁ ଟଙ୍କା ଭିତରୁ କେଉଁଟା ଚିରି ଯାଇଛି ତ କାହାକୁ ଉଇ ଖାଇଯାଇଛି । ପୋଲର ୫୦୦ ମିଟର ଦୂରରେ ଏକ ପରିତ୍ୟକ୍ତ ସ୍ଥାନରେ ଏହି ନୋଟ ପଡିଥିବାର ଦେଖିବାକୁ ମିଳିଛି । ତେବେ ସ୍ଥାନୀୟ ଲୋକେ ଏହାକୁ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ । ତେବେ ଏତେ ପରିମାଣର ଟଙ୍କା ଏଠାରେ କିଏ ଫିଙ୍ଗିଛି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସବୁ ନୋଟଗୁଡିକ ନୂଆ 5ଶହ ଟଙ୍କିଆ ନୋଟ ।

ତେବେ କେଉଁଠୁ ଆସିଲା ଏହି ଟଙ୍କା ? କିଏ ଏଠାରେ ଚୋରି କରି ଫିଙ୍ଗି ଦେଇଛି ନା ଆୟକର ବିଭାଗର ଚଢାଉ ଭୟରେ ଏଠାରେ ଫିଙ୍ଗି ଦେଇଛି ? ଏହାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top