ନ୍ୟୁଜ୍

ବରଯାତ୍ରୀ ଭିଡ଼ ପାଇଁ ଜାମ୍‌ରେ ଫସିଲା ଆମ୍ବୁଲାନ୍ସ,

Ambulance in traffic jam

ସମ୍ବଲପୁର: ପୁଣି ଟ୍ରାଫିକରେ ଫସିଲା ଆମ୍ବୁଲାନ୍ସ । ଦିର୍ଘ ସମୟ ଧରି ରାସ୍ତା ଉପରେ ଛିଡ଼ା ହୋଇରହିଲା ଆମ୍ବୁଲାନ୍ସ । ଏଭଳି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଘଟଣାଟି ଘଟିଛି ସମ୍ବଲପୁର ଅଞ୍ଚଳରେ ।

Ambulance in traffic jam

ଗୋଟିଏ ଆମ୍ବୁଲାନସରେ ଗୁରୁତର ରୋଗୀଙ୍କୁ ବୁର୍ଲା ମେଡିକାଲକୁ ନିଆଯାଉଥିବା ବେଳେ ବାହାଘର ପ୍ରସେସନ ପାଇଁ ରାସ୍ତାରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଅଟକି ରହିଥିଲା ଆମ୍ବୁଲାନ୍ସ । ସବୁଠାରୁ ସାଂଘାତିକ କଥା ହେଲା, ବୁର୍ଲା ପୋଲିସ ଥାନାର ମାତ୍ର ୫୦ ଫୁଟ୍‌ ଦୂରରେ ଆମ୍ବୁଲାନସ ଫସି ରହିଥିଲେ ମଧ୍ୟ କୌଣସି ପୋଲିସ ସହଯୋଗ କରିବାକୁ ଆସିନଥିଲେ । ସଡ଼କ ପରିବହନର ନିୟମ ସହ ସୁପ୍ରିମକୋର୍ଟଙ୍କ କଡା ନିର୍ଦେଶ ଥିବା ସତ୍ତ୍ୱେ ଆମ୍ବୁଲାନସ ଏକ ଘଣ୍ଟାରୁ ଅଧିକ ସମୟ ସେଠାରେ ଫସି ରହିଥିଲା ବୋଲି ଅଭିଯୋଗ ହୋଇଛି ।

Ambulance in traffic jam

କିଛି ଦିନ ତଳେ ଭୁବନେଶ୍ୱରରେ ଟ୍ରାଫିକ୍‌ରେ ଫସିବା କାରଣରୁ ଗୋଟିଏ ଶିଶୁର ଜୀବନ ଯାଇଥିଲା । ଏହି ଘଟଣା ପରେ ବି ଟ୍ରାଫିକ୍‌ ପୋଲିସ ଚେତିଲା ନାହିଁ । ଆଜିର ଘଟଣାଟି ବୁର୍ଲା ସହର ମଧ୍ୟରେ ଘଟିଛି । ପ୍ରଶ୍ନ ଉଠୁଛି କେବେ ଆମ୍ବୁଲାନସକୁ ଲୋକେ ରାସ୍ତା ଛାଡ଼ିବା ନେଇ କେବେ ସଚେତନ ହେବେ । ଆଉ ପୋଲିସ କେବେ ସୁଧୁରିବ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top