ନ୍ୟୁଜ୍

ସମ୍ବଲପୁର ସମିତିସଭ୍ୟଙ୍କୁ ଅଣଦେଖା ଅଭିଯୋଗ

SamitiSabhya

ସମ୍ବଲପୁର: ସମ୍ବଲପୁର ଜିଲ୍ଲାର ସମିତିସଭ୍ୟ ଓ ସଭ୍ୟାଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ଆଣିଛି ଜିଲ୍ଲା ସମିତିସଭ୍ୟ ସଂଘ । 2018 ଓ 19 ଜିଲ୍ଲାର ସମିତିସଭ୍ୟ ଓ ସଭ୍ୟାଙ୍କ ଜିଜିୱୋ ଫଣ୍ଡ କୌଣସି କାମରେ ଆସୁନାହିଁ । ଯାହାକି ପ୍ରାୟ 2 ବର୍ଷ ହେବ କୌଣସି କାରଣ ଯୋଗୁଁ ଜିଜିୱୋ ବିଲ ପାସ ହେଉନାହିଁ । ତେବେ କଣ ପାଇଁ ଓ କାହିଁକି ଜିଜିୱୋ ଫଣ୍ଡକୁ ବିଗତ 2 ବର୍ଷ କାର୍ଯ୍ୟକାରୀ କରାଯାଉନାହିଁ ବୋଲି ଅଭିଯୋଗ କରିଛି ଜିଲ୍ଲା ସମିତି ସଂଘ । ତେବେ ଏନେଇ ଆଜି ଜିଲ୍ଲା ସମସ୍ତ ସମିତି ସଭ୍ୟ ଓ ସଭ୍ୟା ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ଦେଇଛନ୍ତି । ଆସନ୍ତା 8 ତାରିଖ ସୁଦ୍ଧା କୌଣସି ପଦକ୍ଷେପ ନ ନେଲେ ଜିଲ୍ଲା ସମିତି ସଂଘ ଆନ୍ଦୋଳନ କରିବ ବୋଲି କହିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top