ଜୀବନ ମନ୍ତ୍ର

ନାହିଁ ନାହିଁରେ ଗଢ଼ା ହେଉଛି ଛୋଟ ପିଲାଙ୍କ ଭବିଷ୍ୟତ, ଭଡ଼ାଘରେ ଚାଲିଛି ପାଠ ପଢ଼ା

ANGANBADI_CARD_GFX_00000

ଭୁବନେଶ୍ୱର: ରାଜ୍ୟ ସରକାର ଛୋଟ ପିଲାଙ୍କ ପାଇଁ ଅଙ୍ଗନୱାଡି କେନ୍ଦ୍ର ଖୋଲିଛନ୍ତି  । ସେଠାରେ ପିଲାମାନଙ୍କୁ ପାଠପଢା ସହ ପୁଷ୍ଟିକର ଖାଦ୍ୟ, ଟିକା ଓ ଔଷଧ ମଧ୍ୟ ଦିଆଯାଉଛି  । ହେଲେ ରାଜ୍ୟର ରାଜଧାନୀ ଭୁବନେଶ୍ୱରରେ ଥିବା ଅଙ୍ଗନୱାଡି କେନ୍ଦ୍ରଗୁଡିକରେ ଅବସ୍ଥା କହିଲେ ନସରେ  ।

ରାଜଧାନୀ ଭୁବନେଶ୍ୱରର ମେଫେୟାର ନଗରରେ ଥିବା ଅଙ୍ଗନୱାଡି କେନ୍ଦ୍ରର ଦୃଶ୍ୟ ଅତ୍ୟନ୍ତ ଦୟନୀୟ । ଭଡ଼ାରେ ଚାଲିଥିବା ଏହି କୋଠରୀରେ ପାଠପଢା ସହ ରୋଷେଇ ମଧ୍ୟ ହେଉଛି  ।

କେବଳ ସେତିକି ନୁହେଁ, ଏହି ଘରେ ଖାଦ୍ୟ ସାମଗ୍ରୀ ଓ ଔଷଧ ମଧ୍ୟ ରହୁଛି  । ଯଥେଷ୍ଟ ସ୍ଥାନ ନଥିବାରୁ କ୍ରିଡା ମାଧ୍ୟମରେ ଶିକ୍ଷା ଦାନ କରିବା ସଂପୂର୍ଣ୍ଣ ବ୍ୟାହତ ହେଉଛି  ।

କେବଳ ଏହି ଗୋଟିଏ କେନ୍ଦ୍ର ନୁହେଁ, ଭୁବନେଶ୍ୱରର ନୀଳମାଧବ ବସ୍ତିରେ ଥିବା ଅଙ୍ଗନୱାଡିର ଅବସ୍ଥା ମଧ୍ୟ ସମାନ  । ତେବେ ବାତ୍ୟା ଫୋନିରେ ଏହି ଅଙ୍ଗନୱାଡିଟି ଭାଙ୍ଗିଯାଇଥିବାରୁ ବସ୍ତି ବାସିନ୍ଦାମାନେ ମିଶି ଏହାକୁ ମରାମତି କରିଛନ୍ତି  ।

ଏ ସଂପର୍କରେ ଉଚ୍ଚ ପଦାଧିକାରୀଙ୍କୁ ଅବଗତ କରାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନାହିଁ  । ବସ୍ତି ଉଠିଯିବ, ସେଠାରେ ସ୍ଥାୟୀ ଘରର ଆବଶ୍ୟକ ନଥିବା କହି ପ୍ରସଙ୍ଗକୁ ଏଡାଇ ଯାଉଛନ୍ତି  । ଯଦି ରାଜଧାନୀରେ ଥିବା ଅଙ୍ଗନୱାଡି କେନ୍ଦ୍ରଗୁଡିକର ଅବସ୍ଥା ଏପରି, ତେବେ ଗାଁ ଗହଳିରେ ଥିବା ଅଙ୍ଗନୱାଡି କେନ୍ଦ୍ର ଗୁଡିକର ଅବସ୍ଥା କିପରି ଥିବ ଏଥିରୁ ବୁଝିହେଉଛି  ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top