X
Breaking News
ନ୍ୟୁଜ୍

ହେରିଟେଜ୍ ବିଲ୍ଡିଂ ତଳ ପାର୍କିଂରେ ଅଗ୍ନିକାଣ୍ଡ,  ୭ଟି ଗାଡି ଭସ୍ମ

ଭୁବନେଶ୍ୱର: ଭୁବନେଶ୍ୱର ଝାରପଡ଼ା ଜଗନ୍ନାଥନଗରରେ ଭୟାବହ ଅଗ୍ନିକାଣ୍ଡ । ହେରିଟେଜ୍ ବିଲ୍‌ଡିଂ ତଳେ ଥିବା ପାର୍କିଂରେ ଅଗ୍ନିକାଣ୍ଡ ଘଟି ୨ଟି କାର୍ ଓ ୫ଟି ବାଇକ୍ ସମ୍ପୂର୍ଣ୍ଣ ଜଳିଯାଇଛି । ତେବେ ଖବର ପାଇ ମଧ୍ୟ ଅଗ୍ନିଶମ ବିଭାଗ ବିଳମ୍ବରେ ପହଞ୍ଚିଥିଲା । ନିଆଁକୁ ଆୟତ୍ତ କରିବା ପୂର୍ବରୁ ଗାଡ଼ିଗୁଡ଼ିକ ସମ୍ପୂର୍ଣ୍ଣ ଜଳି ସାରିଥିଲା ।

ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଜାଣିଶୁଣି ପାର୍କିଂରେ ନିଆଁ ଲଗାଇଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି । ଏହାସହ ଆପାର୍ଟମେଣ୍ଟରେ ଥିବା ସିକ୍ୟୁରିଟି ଗାର୍ଡ ମଦ୍ୟପାନ କରି କାହା ଡାକ ଶୁଣିନଥିବା ମଧ୍ୟ ଅଭିଯୋଗ କରିଛନ୍ତି ସେଠାରେ ରହୁଥିବା ଲୋକେ ।

ଏଥିପାଇଁ ପରୋକ୍ଷରେ  ଆପାର୍ଟମେଣ୍ଟ ମାଲିକଙ୍କୁ ମଧ୍ୟ ଦାୟୀ କରାଯାଉଛି । ଅନ୍ୟପଟେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top