ନ୍ୟୁଜ୍

ଜଳପଥ ପରିବହନ ସେବା ଠପ୍, କୂଳରେ ଅଚଳ ହୋଇ ପଡ଼ିରହିଛି ୪ଟି ଯାତ୍ରୀବାହୀ ଲଞ୍ଚ

ship

ଭଦ୍ରକ: ଚାନ୍ଦବାଲିିରେ ଅର୍ନ୍ତଃଦେଶୀୟ ଜଳପଥ ପରିବହନ ଏବେ ପରିବହନ ଉପରେ କାହାର ନିଘା ନାହିଁ କି ପଘା ନାହିଁ । ଚାନ୍ଦବାଲିରେ ୧୫ ଦିନ ହେବ ଜଳପଥରେ ପରିବହନ ସେବା ବନ୍ଦ ହୋଇଯାଇଛି । ଏବେ ନଦୀ କୂଳରେ ଅଚଳ ହୋଇ ପଡ଼ିରହିଛି ୪ ଟି ଯାତ୍ରୀ ବାହୀ ଲଞ୍ଚ । ଲୋକେ ୧୫ ଦିନ ହେବ ନାହିଁ ନଥିବା ସମସ୍ୟରେ ଯାତାୟତ କରୁଛନ୍ତି । ଏହାର ମୁଖ୍ୟ କାରଣ ହେଉଛି ଚାନ୍ଦବାଲି ପୋର୍ଟ ଏଣ୍ଡ ଇନ୍ଲାଣ୍ଡ ୱାଟର ଟ୍ରାନ୍ସପର୍ଟ ( ଅର୍ନ୍ତଦେଶୀୟ ଜଳ ପଥ ପରିବହନ ଓ ବନ୍ଦର ବିଭାଗ )ରେ ୧୦ ମାସ ହେବ ବିଭାଗୀୟ ଅଧିକାରୀଙ୍କ ପଦବୀ ଖାଲି ପଡ଼ିଛି । ଅଧିକାରୀ ନଥିବାରୁ ବିଭାଗ ଠିକ୍ ଭାବରେ କାର୍ଯ୍ୟକ୍ଷମ ହେଉନାହିଁ ବିଭାଗ  । ଯାହାର ଦୁଃଖ ଭୋଗୁଛନ୍ତି ସାଧାରଣ ଯାତ୍ରୀ ।

ship

ଚାନ୍ଦବାଲିରୁ ଜଳପଥରେ କେନ୍ଦ୍ରପଡ଼ା ଜିଲ୍ଲାର ତାଳଚୁଆ ଓ ଭଦ୍ରକ ଜିଲ୍ଲାର ଧାମରାକୁ ପ୍ରତିଦିନ ୨ଟି ଯାତ୍ରୀବାହି ଲଞ୍ଚରେ ଯାତ୍ରୀ ପରିବହନ ସହ ପନ୍ୟଦ୍ରବ୍ୟ ମଧ୍ୟ ପରିବହନ ହୋଇଥାଏ । ଏଥିସହ ଅନ୍ୟ ୨ଟି ଲଞ୍ଚ ମଧ୍ୟ ଜରୁରୀକାଳୀନ ଏବଂ ଟୁରିଷ୍ଟ ପାଇଁ ଉପଲବ୍ଧ ଥାଏ ହେଲେ ଏହି ୨ଟି ଯାତ୍ରିବାହୀ ଲଞ୍ଚ ୧୫ ଦିନ ହେବ ଅଚଳ ହୋଇ କୂଳରେ ବନ୍ଦା ହୋଇଥିବା ବେଳେ ୨ଟି ଜରୁରି କାଳିନ ବୋଟ ମଧ୍ୟ ୬ମାସ ହେବ ଅଚଳ ହୋଇଯାଇଛି । ଅନ୍ୟପଟେ ଏବେ ଜଳପଥ ପରିବହନ କ୍ଷେତ୍ରରେ ସରକାରଙ୍କ ବାର୍ଷିକ ରାଜସ୍ୱ ଠିକ୍ ଭାଗରେ ମିଳୁଥିଲେ ମଧ୍ୟ ଅବଶ୍ୟକ ଅନୁସାରେ ବିଭାଗ ୨୦୧୦ରୁ ଆଜିଯାଏ ଗୋଟିଏ ବି ନୂଆ ଲଞ୍ଚ ଚାନ୍ଦବାଲି ଜଳପଥ ପରିବହନକୁ ଦେଉନାହାନ୍ତି । ସେହି ପୁରୁଣା ଲଞ୍ଚରେ ଦିର୍ଘ ୧୦ ବର୍ଷ ହେବ ଜଳପଥ ଯାତ୍ରୀ ପରିବହନ ସେବା ଜାରୀ ରହିଛି ।

ship

ଏବେ ୨ଟି ଯାତ୍ରବାହୀ ଲଞ୍ଚ (ଗଙ୍ଗା ଓ ବ୍ରହ୍ମଣୀ) ମରାମତି କାର୍ଯ୍ୟ ଏବେ ଚାଲୁ ରହିଛି  । ତେବେ ଅଚଳ ହେବା ପୂର୍ବରୁ କାହିଁକି ଅନ୍ୟ ୨ ଟି ଲଞ୍ଚକୁ ସପୃକ୍ତ ବିଭାଗ କାର୍ଯ୍ୟକ୍ଷମ ଅବସ୍ଥାକୁ ଆଣିପାରିଲା ନାହିଁ । ଏକା ସାଥିରେ ୨ ଟି ଯାତ୍ରୀବାହୀ ବନ୍ଦ ହେଇ ପଡ଼ିରହିବା ଓ ଯାତ୍ରୀ ସେବା ବନ୍ଦ ହୋଇ ଯିବା ତାହା ସ୍ପଷ୍ଟ ବାରି ହୋଇ ପଡ଼ୁଛି । ତେବେ ସପୃକ୍ତ ବିଭାଗର ଅପାରଗତା ଛଡ଼ା ଅନ୍ୟ କିଛି ନୁହେଁ । ତେବେ ଯାତ୍ରୀ ମାନଙ୍କ ସ୍ୱାର୍ଥକୁ ଦୃଷ୍ଟରେ ରଖି ଅର୍ନ୍ତଃଦେଶୀୟ ଜଳ ପଥ ପରିବହନ ଓ ବନ୍ଦର ବିଭାଗର ଉଚ୍ଚ କର୍ତ୍ତୃପକ୍ଷ ମାନେ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହୋଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top