X
Breaking News
ଟିଭି

‘ଶ୍ରୀମାନ ସୁରଦାସ’ର ହିରୋ, ନିର୍ଦ୍ଦେଶକ ପୁରଷ୍କୃତ: କଳାକାର ସହିଦ୍‌ ଯବାନଙ୍କୁ ଉତ୍ସର୍ଗ କଲେ ପୁରଷ୍କାର

www.odishanewstimes.com

ପୁରୀ: ଓଲିଉଡ କଳାକାରଙ୍କ ମେଳିରେ ଝଲସିଲା ଓଡିଆ ଚଳଚ୍ଚିତ୍ର ଓ ଦୂରଦର୍ଶନ ସମ୍ମାନ ସୋ-ଟାଇମ୍ -୨୦୧୯ । ଶ୍ରେଷ୍ଠ ଅଭିନେତା ଭାବେ ବାବୁସାନ, ଶ୍ରେଷ୍ଠ ଅଭିନେତ୍ରୀ ଏଲିନାଙ୍କୁ ପୁରଷ୍କୃତ କରାଯାଇଥିବା ବେଳେ, ଅପରାଜିତା ମହାନ୍ତିଙ୍କୁ ଜୀବନବ୍ୟାପି ସାଧନା ସମ୍ମାନରେ ପୁରଷ୍କୃତ କରାଯାଇଛି ।

ସେହିଭଳି ବିଭିନ୍ନ ବର୍ଗରେ ପ୍ରାୟ ୫୦ଜଣଙ୍କୁ ପୁରଷ୍କୃତ କରାଯାଇଥିବା ବେଳେ ନୃତ୍ୟ ଗୀତର ତାଳେ ତାଳେ ଝୁମିଥିଲେ ଦର୍ଶକ । ଚଳିତବର୍ଷ ଶ୍ରୀମାନ ସୁରଦାସ ଫିଲ୍ମକୁ ଶ୍ରେଷ୍ଠ ଚଳଚ୍ଚିତ୍ରର ସମ୍ମାନ ମିଳିଥିବା ବେଳେ,ଏଥିରେ ଅଭିନୟ କରିଥିବା ବାବୁସାନଙ୍କୁ ଶ୍ରେଷ୍ଠ ଅଭିନେତା ଏବଂ ଅଶୋକ ପତି ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ପୁରଷ୍କୃତ ହୋଇଛନ୍ତି ।

ସେହିଭଳି ଇସ୍କ ପୁଣିଥରେ ପାଇଁ ଏଲିନାଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ମଞ୍ଚରେ ପୁରଷ୍କୃତ କରାଯାଇଥିଲା । ସେହିଭଳି ସିରିଏଲ ଜଗତରେ ଦେବସ୍ମିତା ଏବଂ ଋଷିଙ୍କୁ ଶ୍ରେଷ୍ଠ ଅଭିନେତା ଅଭିନେତ୍ରୀ ଭାବେ ସମ୍ମାନିତ କରାଯାଇଛି । ଅନେକ କଳାକାର ନିଜ ନିଜର ସମ୍ମାନକୁ ପୁଲୱାମାରେ ସହିଦ୍ ହୋଇଥିବା ଜବାନ ମାନଙ୍କୁ ଉତ୍ସର୍ଗୀକୃତ କରିଛନ୍ତି ।

ଦୀର୍ଘ ୧୪ ବର୍ଷ ଧରି ଉଇନିଙ୍ଗ ସ୍ପୋର୍ଟିଙ୍ଗ ତରଫରୁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇ ଆସୁଥିବା ବେଳେ,ଏଥିରେ ମଞ୍ଚ କଳାକାରଙ୍କ ସମେତ ସ୍ଥାନୀୟ କଳାକାର ମାନଙ୍କୁ ମଧ୍ୟ ଅନୁଷ୍ଠାନ ପକ୍ଷରୁ ପୁରଷ୍କୃତ କରାଯାଉଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top