ଜୀବନ ମନ୍ତ୍ର

ତନ୍ଦୁରି ଚା’ର ମଜା ନିଆରା, ଜାଣନ୍ତୁ କେଉଁଠି ମିଳେ ?

TANDOOR TEA.GFX_00000

ଭୁବନେଶ୍ୱର: ଆଜିକାଲି ଚାଲିଛି ତନ୍ଦୁରି ଚା’ର ଟ୍ରେଣ୍ଡ । ଲେମନ୍‌ ଟି, ଗ୍ରିନ୍‌ ଟି ଆଦି ସବୁକୁ ପଛରେ ପକାଇ ଆଗରେ ରହିଛି ତନ୍ଦୁରି ଟି । ଏହା ଏବେ ଦେଶର ବିଭିନ୍ନ ରାଜ୍ୟରେ ଉପଲବ୍ଧ । ଯଦି ଆପଣ ମାନେ ତନ୍ଦୁରି ଚା’ର ମଜା ନେବାକୁ ଚାହୁଁଛନ୍ତି ତେବେ ଭୁବନେଶ୍ୱରର ୟୁନିଟ 4 ମଧୁସୂଦନ ନଗରରେ ଆପଣ ମାନେ  ଏହି ଚା’ର ମଜା ନେଇ ପାରିବେ  । ଏହାକୁ ତିଆରି କରୁଛନ୍ତି ଜଗତସିଂହପୁରର ଜିତୁ  । ତନ୍ଦୁରି ଚା’ର ମଜା ନେବା ପାଇଁ ସକାଳେ ଏବଂ ସନ୍ଧ୍ୟାରେ ଲାଗୁଛି ଗ୍ରାହକଙ୍କ ଭିଡ଼ । ସବୁ ପୀଢିର ଲୋକମାନେ ଏହି ଚା ପିଇବାକୁ ଆସୁଛନ୍ତି ଏହି ଜାଗାକୁ  । ବିଶେଷ କରି ଯୁବପୀଢି ଏହି ଚା ପ୍ରେମରେ  । ଚା’ ଯିଏ ପିଉଛି ସେ ପ୍ରଶଂସା କରୁଛି ଜିତୁଙ୍କ ହାତର ତନ୍ଦୁରି ଚା’କୁ  ।

କେମିତି ତିଆରି କରିବେ ଜାଣନ୍ତୁ..

Click to comment

Leave a Reply

Your email address will not be published. Required fields are marked *

Most Popular

To Top