X
Breaking News
ନ୍ୟୁଜ୍

ଆଜି ଓଜେଇଇ ପରୀକ୍ଷା, ରାଜ୍ୟର ୨୦ଟି ସହରରେ ୫୩ଟି ପରୀକ୍ଷା କେନ୍ଦ୍ର

ojee exam
courtesy: bschool.careers360.com

ଭୁବନେଶ୍ୱର: ଆଜି ଓଜେଇଇ ପରୀକ୍ଷା ହେବ । ଲାଟେରାଲ ଏଣ୍ଟ୍ରି ବି.ଟେକ୍ ସମେତ ଲାଟେରାଲ ଏଣ୍ଟ୍ରି ବି.ଫାର୍ମା, ବି. ଫାର୍ମା, ଇଣ୍ଟିଗ୍ରେଟେଡ୍ ଏମବିଏ ପରି ପାଠ୍ୟକ୍ରମରେ ନାମଲେଖା ପାଇଁ ଶୁକ୍ରବାର ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ଅନୁଷ୍ଠିତ ହେବ। ଏହି ପରୀକ୍ଷା ଦୁଇଟି ସିଟିଂରେ ପରୀକ୍ଷା ଅନୁଷ୍ଠିତ ହେବ। ପ୍ରଥମ ସିଟିଂରେ ସକାଳ ୯ରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ଦ୍ୱିତୀୟ ସିଟିଂ ଅପରାହ୍ନ ୨ଟାରୁ ୪ଟା ଯାଏ ଅନୁଷ୍ଠିତ ହେବ । ଏହି ପ୍ରବେଶିକା ପରୀକ୍ଷା ପେନ୍ ଆଣ୍ଡ ପେପର ବେସଡ ଅଫଲାଇନରେ କରାଯିବ। ପରୀକ୍ଷା ଲାଗି ରାଜ୍ୟର ୨୦ଟି ସହରରେ ୫୩ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ଭୁବନେଶ୍ୱରରେ ସର୍ବାଧିକ ୧୩ଟି ପରୀକ୍ଷା କେନ୍ଦ୍ର ହୋଇଥିବା ବେଳେ କଟକ, ବାଲେଶ୍ୱରରେ ୪ଟି ଲେଖାଏ ହୋଇଛି। ଏଥିସହ ରାୟଗଡ଼ା, ସମ୍ବଲପୁର, ଢେଙ୍କାନାଳ, ଭଦ୍ରକ, ରାଉରକେଲା, ବ୍ରହ୍ମପୁର ଆଦି ସହରରେ ୨୯ ହଜାର ୯୦୦ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଜୁନ୍ ପ୍ରଥମ ସପ୍ତାହରେ ଫଳ ପ୍ରକାଶ ପାଇବ।

ପରୀକ୍ଷା ପରିଚାଳନା ଲାଗି ଗତକାଲିଠାରୁ ସୁପରଭାଇଜରମାନଙ୍କୁ ପରୀକ୍ଷା କେନ୍ଦ୍ରକୁ ପଠାଯାଇ ସାରିଛି। ସୁପରିଚାଳନା ଲାଗି ସୁପରଭାଇଜରଙ୍କ ସମେତ ଅବଜରଭରମାନଙ୍କୁ ନିଯୁକ୍ତି ଦିଆଯାଇଛି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସମସ୍ତ କେନ୍ଦ୍ରରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଓଜେଇଇ ଅଧ୍ୟକ୍ଷ ସୁଦୀପ୍ କୁମାର ଚାନ୍ଦ କହିଛନ୍ତି। ବିଭିନ୍ନ ପିଜି ପାଠ୍ୟକ୍ରମରେ ନାମଲେଖା ଲାଗି ହେବାକୁ ଥିବା କମ୍ପ୍ୟୁଟର ବେସ୍ଡ ପରୀକ୍ଷା ପାଇଁ ପରବର୍ତୀ ସମୟରେ ବିଜ୍ଞପ୍ତି ପ୍ରକାଶ କରାଯିବ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top