X
Breaking News
ନ୍ୟୁଜ୍

ଓଡ଼ିଶା ଟ୍ରାଭେଲ ବଜାର ୨୦୧୮ ଉଦ୍‌ଘାଟିତ

Travel

ଭୁବନେଶ୍ୱର: ଓଡ଼ିଶା ଟ୍ରାଭେଲ ବଜାର ୨୦୧୮ର ଶୁଭ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ଥାନୀୟ ମେଫେୟାର କନଭେନସନ ହଲରେ ଉଦଘାଟନୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସମେତ ରାଜ୍ୟ ସଂସ୍କୃତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା, ପର୍ଯ୍ୟଟନ ସଚିବ ବିଶାଲ ଦେବ ପ୍ରମୁଖ ଯୋଗ ଦେଇଥିଲେ ।ରାଜ୍ୟ ପର୍ଯ୍ୟଟନକୁ ଦେଶବିଦେଶରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମକୁ ଆୟୋଜନ କରାଯାଇଛି । ଆସନ୍ତା ୭ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ ।

ସୁଚନା ଯେ, ପର୍ଯ୍ୟଟନ ବିଭାଗ ଏବଂ ଏଫ୍ଆଇସିସିଆଇର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଏଥିରେ ୨୩ଟି ଦେଶରୁ ୬୦ଜଣ ବିଦେଶୀ ଟୁର୍ ଅପରେଟର ଯୋଗ ଦେଇଛନ୍ତି ।

ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ବେଳେ ଅନ୍ୟପଟେ ଦେଶରେ ୪ ପ୍ରତିଶତ ଗ୍ଲୋବାଲ ଟୁରିଜମ୍ ଏବଂ ୯ ପ୍ରତିଶତ ଡୋମେଷ୍ଟିକ୍ ଟୁରିଜମ ବୃଦ୍ଧି ହୋଇଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।

ସେହିପରି ଏୟାର ଏସିଆର ଉଦଘାଟନ ପରେ ଆହୁରି ପର୍ଯ୍ୟଟନ କ୍ଷେତ୍ରରେ ଉନ୍ନତି ହେବ ଏବଂ ଆଗାମୀ ହକି ଓ୍ୱାର୍ଲଡ କପ୍ ପାଇଁ ମଧ୍ୟ ଓଡିଶା ପ୍ରସ୍ତୁତ ଅଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top