X
Breaking News
ଅପରାଧ

ଡକ୍ଟର ଆସୁଛନ୍ତି ଆସୁଛନ୍ତି କହି ନେଇଗଲେ ନବଜାତକର ଜୀବନ !

BIBEKANANDA HOSPITAL.GFX_00000

ଭୁବନେଶ୍ୱର: ଚିକିତ୍ସାରେ ଡାକ୍ତରଙ୍କ ଅବହେଳା ଯୋଗୁ ଶିଶୁ ମୃତ୍ୟୁ ଅଭିଯୋଗ । ଗତକାଲି ରାତିରେ ଡେଲାଙ୍ଗ ଥାନା ଅନ୍ତର୍ଗତ ଗୁଆଚୁଙ୍ଗା ଗାଁର ନସୀମା ବେଗମ ପ୍ରସବ ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏହାପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରୁ ରେଫର କରଯାଇଥିଲା ସମ ହସ୍ପିଟାଲ  । ସମ ହସ୍ଚିଟାଲରେ ଆଇସିୟୁ ଖାଲି ନଥିବାରୁ ରୋଗୀଙ୍କ ସଂପର୍କୀୟ ତାଙ୍କୁ ଆଜି ସକାଳ 5ଟାରେ ବିବେକାନନ୍ଦ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ।

ଆଜି ସକାଳେ ଡାକ୍ତର ଆସୁଛନ୍ତି ଆମେ ତାଙ୍କୁ ହ୍ୱାଟ୍ସଆପରେ ରିପୋର୍ଟ ଦେଇଛୁ କହି ଧର୍ଯ୍ୟ ଧରିବାକୁ କହିଥିଲେ ମେଡିକାଲର କର୍ମଚାରୀ  । ତାସହ ପିଲା ଭଲ ଅଛି ଏବଂ 3କିଲୋ ଓଜନର  ଅଛି ବୋଲି କହିଥିଲେ  । କିନ୍ତୁ କିଛି ସମୟ ପରେ, ପହଞ୍ଚିବାରେ ବିଳମ୍ବ ହେବା ଯୋଗୁଁ ମେଡିକାଲରେ ପହଞ୍ଚିବା ପରେ ପ୍ରସୂତୀଙ୍କ ପେଟରେ ହିଁ ଶିଶୁଟିର ମୃତ୍ୟୁ ହୋଇଥିବା କହିଥିଲେ ମେଡିକାଲ କର୍ତ୍ତୃପକ୍ଷ ।

ସେପଟେ ଚିକିତ୍ସାରେ ବିଳମ୍ବ ଯୋଗୁ ଶିଶୁଟିର ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ଏହାକୁ ନେଇ ହସ୍ପିଟାଲ ପରିସରରେ ଉତ୍ତେଜନା ଦେଖାଦେଇଛି ।

ଠିକ ସେହିପରି ବିବେକାନନ୍ଦ ହସ୍ପିଟାଲ ବିରୋଧରେ ଟଙ୍କା ପାଇଁ ଶବ ବନ୍ଧା ରଖିବା ଅଭିଯୋଗ ଆସିଥିଲା  । ଟଙ୍କା ପାଇଁ ହଜିଯାଇଛି ମାନବିକତା  । ଖୋର୍ଦ୍ଧାର ପଚାଂନନ ସାମଲକୁ ସାପ କାମୁଡିଥିବାରୁ ତାଙ୍କୁ ବିବେକାନନ୍ଦ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା  । ତାଙ୍କ ପରିବାର ଲୋକ ସେ ମୃତ ବୋଲି ଜାଣିପାରିଥିଲେ କିନ୍ତୁ ମେଡିକାଲ କର୍ତ୍ତୁପକ୍ଷ ତାଙ୍କୁ ମୃତ ବୋଲି ଘୋଷଣା କରିନଥିଲେ  । କିନ୍ତୁ ଆଜି ସକାଳେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା  । ତା ସହ ତାଙ୍କୁ 35 ହଜାର ଟଙ୍କା ଦେଇ ଶବ ନେବା ପାଇଁ ହସ୍ପିଟାଲ ତରଫରୁ ଦାବି କରାଯାଇଥିଲା  । ଖାଲି ବିବେକାନନ୍ଦ ହସ୍ପିଟାଲ ନୁହେଁ ଆଗରୁ ଆପୋଲୋ ,ଆମ୍ରି, କଳିଙ୍ଗ  ଭଳି ଘରୋଇ ହସ୍ପିଟାଲ ମାନଙ୍କରେ ଏହି ଭଳି ଚିତ୍ର ଦେଖିବାକୁ ମିଳିଛି  ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top