X
Breaking News
ନ୍ୟୁଜ୍

ବିଜେପୁର ଛାଡ଼ିବାକୁ ନେଇ ନବୀନଙ୍କୁ ଘେରିଲେ ବିରୋଧୀ, ସୁବାଷଙ୍କୁ ଦଳରେ ବିରୋଧ ଆରମ୍ଭ

BIJEPUR

ଭୁବନେଶ୍ୱର: ବିଜେପୁର ବିଧାନସଭା ଆସନ ଛାଡିବା ପରେ ବିରୋଧୀଙ୍କ ନିଶାନାରେ ବିଜେଡି ମୁଖିଆ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ମୁଖ୍ୟମନ୍ତ୍ରୀଙ୍କ ଏପରି ନିଷ୍ପତ୍ତି ସମଗ୍ର ପଶ୍ଚିମ ଓଡିଶା ସହ ବିଜେପୁର ପ୍ରତି ଧୋକା ବୋଲି କହିଛନ୍ତି ବିରୋଧୀ  । କେବଳ ଫାଇଦା ପାଇଁ ବିଜେଡି ମୁଖିଆ ପଶ୍ଚିମ ଓଡିଶାକୁ ଭଲ ପାଉଥିଲେ  । ଫାଇଦା ହାସଲ ପରେ ଏବେ ବିଜେପୁରକୁ ଭୁଲିଗଲେ ବୋଲି କହିଛନ୍ତି ବିରୋଧୀ  । ହେଲେ ଶାସକ ବିଜେଡି କହିଛି  ବିଜେପୁର ପ୍ରତି ମୁଖ୍ୟମନ୍ତ୍ରୀ ଧ୍ୟାନ ଦେଇଛନ୍ତି  ।

ସେପଟେ କିନ୍ତୁ ବିଜେଡିର କିଏ ହେବ ବିଜେପୁର ପ୍ରାର୍ଥୀ ଏହାକୁ ନେଇ ଦଳରେ ଆରମ୍ଭ ହୋଇଯାଇଛି ଟଣାଉଟୁରା  । ବିଜେପୁର ଉପନିର୍ବାଚନରେ ପୁଣି ରୀତା ସାହୁଙ୍କୁ ଟିକେଟ ଦିଆଯାଇପାରେ ବୋଲି ଅନୁମାନ କରାଯାଉଥିବା ବେଳେ ଲୋକସଭାରେ ହାରିଥିବା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଟିକେଟ ମିଳିପାରେ ବୋଲି କୁହାଯାଉଛି । ଏହାସହ ବିଜେପିରୁ ଟିକେଟ ପାଇଥିବା ସତ୍ତ୍ୱେ ବିଜେଡିର ହାତ ଧରିଥିବା ସୁବାଷ ଚୌହାନ ବିଜେପୁରର ଉପନିର୍ବାଚନ ପ୍ରାର୍ଥୀ ହୋଇପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ଜୋର ଧରିଛି । କିନ୍ତୁ ବିଜେପିରୁ ଯାଇ ବିଜେଡିରେ ମିଶିଥିବା ସୁବାସ ଚୌହାନଙ୍କ ବିରୋଧରେ ବିଜେଡିରୁ ଶୁଭିଛି ବିରୋଧର ସ୍ୱର  ।

ଅନ୍ୟପଟେ ପଶ୍ଚିମ ଓଡିଶାରୁ ନିର୍ବାଚନ ଲଢିବା ପାଇଁ ସମଗ୍ର ପଶ୍ଚିମ ଓଡିଶାର ନେତା ନିବେଦନ ପରେ ବିଜେପୁରରୁ ଲଢି ବିଜୟ ହାସଲ କଲେ ନବୀନ  । ଶେଷରେ ବିଜେଡିର ସମଗ୍ର ବିଧାନସଭାରେ ଫାଇଦା ହାସଲ ପରେ ଏବେ ପଶ୍ଚିମ ଓଡିଶାକୁ ଭୁଲିଗଲେ ବିଜେଡି ସୁପ୍ରିମୋ । ନିଜେ ଲଢିଥିବା ଦୁଇଟି ଆସନରୁ ବିଜେପୁରରୁ ଇସ୍ତଫା ଦେଇ ନିଜ ପୁରୁଣା ଆସନ ହିଞ୍ଜିଳିରୁ ପ୍ରତିନିଧିତ୍ୱ କଲେ ମୁଖ୍ୟମନ୍ତ୍ରୀ  । ନବୀନଙ୍କ ଏପରି ନିଷ୍ପତ୍ତି ପଶ୍ଚିମ ଓଡିଶା ସହ ପ୍ରତାରଣା ବୋଲି କହିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ  । ବିଜେପି କହିଛି ମୁଖ୍ୟମନ୍ତ୍ରୀ ଲାଭ ଉଠାଇବା ପରେ କେବଳ ପ୍ୟାକେଜର ଲଲିପପ୍ ଧରାଇ ଦେଇଛନ୍ତି  । ଆଉ କଂଗ୍ରେସ କହିଛି ନବୀନ ସମଗ୍ର ପଶ୍ଚିମ ଓଡିଶା ବାସୀଙ୍କ ସହ ଛଳନା କରିଛନ୍ତି  ।

ସେପଟେ ବିଜେପୁର ଆସନକୁ ନବୀନ ଛାଡିବା ପରେ କିଏ ଟିକେଟ ପାଇବ ତାହାକୁ ନେଇ ଦଳରେ ଆରମ୍ଭ ହୋଇଗଲାଣୀ ଏକପ୍ରକାର ବିଦ୍ରୋହ  । ବିଜେପି ଛାଡି ବିଜେଡିରେ ଯୋଗଦେଇଥିବା ସୁବାସ ଚୌହାନଙ୍କୁ ପ୍ରାର୍ଥୀ ନକରାଇ ଦେବାପାଇଁ ଖୋଲାଖୋଲି କହିଛନ୍ତି ପଶ୍ଚିମ ଓଡିଶାର ଦୁଇ ହେଭିୱେଟ ନେତା ତଥା ମନ୍ତ୍ରୀ ନବ କିଶୋର ଦାସ ଓ ସୁଶାନ୍ତ ସିଂ  । ଏପରିକି ଏନେଇ ସେମାନେ ହାଇକମାଣ୍ଡଙ୍କୁ ଚିଠି ଲେଖି ସୁବାସ ଚୌହାନଙ୍କ ପ୍ରାର୍ଥୀତ୍ୱକୁ ବିରୋଧ କରିବା ଆରମ୍ଭ କରିଦେଇଛନ୍ତି  । ସେପଟେ କିନ୍ତୁ ଟିକେଟ ପାଇବା ଆଶାରେ ଅଛନ୍ତି ସୁବାସ, ଏକଥା ସେ ଖୋଲାଖୋଲି କହିବାରେ ଲାଗିଲେଣି  ।  ନବୀନଙ୍କ ଏହି ସିଟ୍ ଛାଡିବା ପରେ ଟିକେଟ୍ ଆଶାୟୀରେ ରହିଛନ୍ତି ପ୍ରସନ୍ନ ଆଚାର୍ଯ୍ୟ, ରୀତା ସାହୁ ଓ ସୁବାସ ଚୌହାନ  ।

ମୁଖ୍ୟମନ୍ତ୍ରୀ ବିଜେପୁର ଛାଡିବା ପରେ ଏହି ସିଟ୍‌କୁ ହାତେଇବା ଲାଗି  ସବୁ ରାଜନୈତିକ ଦଳମାନଙ୍କ ଭିତରେ ଆରମ୍ଭ ହୋଇଗଲାଣି ପ୍ରତିଯୋଗିତା । ଯେଉଁଥିପାଇଁ ତିନି ପ୍ରମୁଖ ଦଳ ପ୍ରାର୍ଥୀ ଚୟନ ଲାଗି ହୋଇ ଉଠିଲେଣି ବେଶ୍ ତତ୍ପର  । ଏହା ଭିତରେ ନବୀନଙ୍କୁ ବିଜେପୁର ଉପନିର୍ବାଚନର ବିଜୟ ଭେଟ୍ଟି ଦେଇଥିବା ସ୍ୱର୍ଗତ ବିଧାୟକ ସୁବଳ ସାହୁଙ୍କ ପତ୍ନୀ ରୀତା ସାହୁଙ୍କ ଭାଗ୍ୟ ଆଶା ଓ ଆଶଙ୍କାରେ      ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top