X
Breaking News
ଅପରାଧ

ପାଟଣାଗଡ଼ ବିଧାୟକଙ୍କ ବିରୋଧରେ ଏତଲା ଦେଲେ ଜେଇଙ୍କ ପତ୍ନୀ

ପାଟଣାଗଡ଼: କନିଷ୍ଠ ଯନ୍ତ୍ରୀଙ୍କୁ ବିଧାୟକ ଉଠବସ୍‌ କରିବା ମାମଲାରେ ନୂଆ ମୋଡ଼ । ବିଧାୟକ ସରୋଜ ମେହେରଙ୍କ ବିରୋଧରେ ଥାନାରେ ଲିଖିତ ଅଭିଯୋଗ କଲେ ଜୟକାନ୍ତ ଶବରଙ୍କ ପତ୍ନୀ । ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ ବିରୋଧରେ ପ୍ରବୀଣା ଆଣିଛନ୍ତି ସଙ୍ଗୀନ ଅଭିଯୋଗ ।

ଗତାକଲି ରାତିରେ ବିଧାୟକ ତାଙ୍କ ପତିଙ୍କୁ ଘରୁ ଡାକିନେଇଥିଲେ ଏବଂ ଆଜି ତାଙ୍କୁ ନିର୍ଯାତନା ଦିଆଯାଇଥିବା ଖବର ସେ ଟିଭିରୁ ଜାଣିବାକୁ ପାଇଲେ ବୋଲି କହିଛନ୍ତି । ଗତକାଲିଠାରୁ ସ୍ୱାମୀ ଘରକୁ ଫେରି ନଥିବା ଏବଂ ତାଙ୍କୁ ଜାତିଗତ ଆକ୍ଷେପ ହୋଇଥିବା ନେଇ ମଧ୍ୟ ଅଭିଯୋଗ କଲେ ପତ୍ନୀ ପ୍ରବୀଣା । ଏହାସହ ଯଥାଶୀଘ୍ର ବିଧାୟକଙ୍କ ଗିରଫ ମଧ୍ୟ ଦାବି କଲେ ଜେଇଙ୍କ ପତ୍ନୀ ।

ସୂଚନାଯୋଗ୍ୟ, ବଲାଙ୍ଗିର ଜିଲ୍ଲା ପାଟଣାଗଡ ନବନିର୍ବାଚିତ ବିଧାୟକଙ୍କ ଦାଦାଗିରି କରୁଥିବାର ଦୃଶ୍ୟ ଏକ ଭାଇରାଲ ଭିଡିଓରେ ଦେଖିବାକୁ ମିଳିଥିଲା । ଠିକା କାମକୁ ନେଇ ସର୍ବସାଧାରଣଙ୍କ ସମ୍ମୁଖରେ କଙ୍ଗାରୁ କୋର୍ଟ ପରି ପୁର୍ତ୍ତ ବିଭାଗ ଯନ୍ତ୍ରୀଙ୍କୁ ବସ ଉଠ କରାଉଥିଲେ ବିଧାୟକ ।

କେବଳ ସେତିକି ନୁହେଁ, ୧୦୦ ଥର ବସ ଉଠ ନହେଲେ ସର୍ବସାଧାରଣ ନିସ୍ତୁକ ପିଟିବେ ବୋଲି ନିର୍ଦ୍ଦେଶ ମଧ୍ୟ ଦେଉଥିବାର ଦେଖିବାକୁ ମିଳିଥିଲା । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବିଧାୟକ ସରୋଜ ମେହେର ସଫେଇ ମଧ୍ୟ ଦେଇଥିଲେ ।

 

Click to comment

Leave a Reply

Your email address will not be published. Required fields are marked *

Most Popular

To Top