X
Breaking News
  • ରାଜ୍ୟର ୬୩ କେନ୍ଦ୍ରରେ ଏକାସମୟରେ ଚାଲିଛି ଗଣତି
  • ଓଡ଼ିଶାରେ ୨୧ଟି ଲୋକସଭା ଏବଂ ୧୪୬ଟି ବିଧାନସଭା ଆସନରେ ଚାଲିଛି ଗଣତି
  • ଆରମ୍ଭ ହେଲା ଭୋଟ୍‌ ଗଣତି
ନ୍ୟୁଜ୍

ଜଳିଗଲା ବରଯାତ୍ରୀ ବସ୍‌, ଜଣେ ଯୁବକ ଜୀବନ୍ତ ଦଗ୍ଧ

Fire-mishap-2

କେନ୍ଦୁଝର: ବରଯାତ୍ରୀ ବସ୍ ଜଳି ଜଣେ ଯୁବକ ଜୀବନ୍ତ ଦଗ୍ଧ । ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ସାନ୍ତରାପୁର ଗାଁରେ । ବାହାଘରକୁ ଯାଇଥିବାବେଳେ ଏଭଳି ଦଚର୍ଘଟଣା ଘଟିଛି । ଗତକାଲି ବିଳମ୍ବିତ ରାତିରେ ବସ୍‌ଟି ବରଯାତ୍ରୀଙ୍କୁ ଧରି କନ୍ୟା ଘରୁ ଫେରିଥିଲା । ତେବେ ଫେରିବା ପରେ ବରଘର ନିକଟରେ ବସ୍‌ଟି ଛିଡ଼ା ହୋଇଥିଲା। ତେବେ ବସ୍‌ରୁ ସମସ୍ତ ବରଯାତ୍ରୀ ଓହ୍ଲାଇଥିବା ବେଳେ ଜଣେ ଯୁବକ ଶୋଇ ପଡ଼ିଥିଲେ।

ତେବେ କୌଣସି କାରଣରୁ ରାତି ଅଢ଼େଇଟା ପାଖାପାଖି ସମୟରେ ନିଆଁ ଲାଗି ବସ୍‌ଟି ସମ୍ପୂର୍ଣ୍ଣ ଜଳିଯାଇଥିଲା। ଏହି କାରଣରୁ ବସ୍‌ରେ ଶୋଇପଡ଼ିଥିବା ଯୁବକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ମୃତ ଯୁବକ ହେଲେ ନୁସୁରି ପଶି ଗାଁର ରାଜେଶ ଗିରି। ଖବରପାଇ ଘଟଣାସ୍ଥଳରେ ଘଟଗାଁ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ବସ୍‌ରେ ନିଆଁ ଲାଗିବାର କାରଣ ଜଣାପଡ଼ିନାହିଁ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top