ନ୍ୟୁଜ୍

ମାଛ ଧରିବାକୁ ଯାଇ ଦୁଇ ଭାଇ ମୃତ

fish

ବାଲେଶ୍ୱର:  ମାଛ ଧରିବାକୁ ଯାଇ ଦୁଇ ଭାଇର ଗଲା ଜୀବନ । ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଡଗରା ଗ୍ରାମରେ ।  ନଦୀରେ ମାଛ ଧରିବାକୁ ଯାଇଥିବାବେଳେ ଦୁଇ ଭାଇଙ୍କ ମୃତ୍ୟୁ ହୋଇଯାଇଛି । ସୂଚନାଅନୁଯାୟୀ, ଡଗରା ଗ୍ରାମର ମଧୁ ବେହେରାଙ୍କ ଦୁଇ ଜଣ ନାବାଳକ ପୁଅ ଆଜି ଡଗରା ହାଟ ନିକଟରେ ଥିବା ନଦୀକୁ ଜାଲ ନେଇ ମାଛ ଧରିବାକୁ ଯାଇଥିଲେ  ।

ତେବେ ଅସାବଧାନତା କାରଣରୁ ଦୁଇ ଭାଇ ଗଭୀର ଜଳସ୍ରୋତରେ ଭାସି ଯାଇଥିଲେ  ।  ପରିବାର ଲୋକେ ଦୁଇ ଭାଇଙ୍କୁ ନପାଇ ବହୁ ଖୋଜାଖୋଜି କରିଥିଲେ , ତେବେ ରାତିରେ ଗ୍ରାମର କିଛି ଲୋକେ କୌଣସି କାମରେ ନଦୀକୁ ଯାଇଥିବାବେଳେ ଦୁଇ ଭାଇଙ୍କ ମୃତଦେହ ଭାସୁଥିବାର ଦେଖିବାକୁ ପାଇଥିଲେ  । ଏହାକୁ ନେଇ ଗ୍ରାମରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି  । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top