ନ୍ୟୁଜ୍

ହାତୀ ଆକ୍ରମଣରେ ୪ ଆହତ

elephant

ଖୋର୍ଦ୍ଧା:  ହାତୀ ଆକ୍ରମଣରେ ୪ ଆହତ । ଖୋର୍ଦ୍ଧା ବନାଞ୍ଚଳ ଅଧିନ ମଳିପଡା କାଜୁଜଙ୍ଗଲରେ କାଜୁ ତୋଳୁଥିବା ବେଳେ ଦନ୍ତାହାତୀ ଆକ୍ରମଣର ଶିକାର । ସମସ୍ତ ଆହତ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି । ଆହତଙ୍କ ମଧ୍ୟରେ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାପଡିଛି । ଆହତମାନେ ହେଲେ କରୁଣାକର ସାହୁ, ସତ୍ୟ ନାରାୟଣ ସାହୁ, ବାବୁଲି ମହାରଣା ଓ ଜଗବନ୍ଧୁ ସାହୁ । ବନ ବିଭାଗ କର୍ମଚାରୀ ମେଡିକାଲରେ ପହଞ୍ଚି ଆହତ ମାନଙ୍କ ଚିକିତ୍ସା ତଦାରଖ କରୁଛନ୍ତି । ଅନ୍ୟପକ୍ଷରେ ହାତୀ ଏଵେବି କାଜୁଜଙ୍ଗଲରେ ଥିବାରୁ ନିକଟସ୍ଥ ଗ୍ରାମବାସୀ ମାନେ ଭୟଭିତ ଅବସ୍ଥାରେ ଅଛନ୍ତି । ପୁଣି ହାତୀ ଆତଙ୍କ ଦେଖିବାକୁ ମିଳିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top