ନ୍ୟୁଜ୍

ନଦୀରେ ଭାସିଲା ୫ଟି ଟ୍ରକ

truck

ଯାଜପୁର:  ନଦୀରେ ଭାସିଲା 5ଟି ଟ୍ରକ । ଏଭଳି ଘଟଣା  ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ ଲିଙ୍ଗେଶ୍ୱର ଘାଟରେ  । ଏହି ଘାଟରେ୫ ଟି ହାଇୱା ଗାଡି ବୁଡିଯାଇଛି । ସୂଚନାନୁସାରେ, ଭୋର ସମୟରେ ଏହି ଗାଡି ଗୁଡିକ ବାଲି ନେବାପାଇଁ ଘାଟ ମଧ୍ୟରେ ପଶିଥିବା ବେଳେ ହଟାତ ଚେକପୋଷ୍ଟରୁ ପାଣି ଛଡ଼ାଯିବା ଫଳରେ ଗାଡି ଗୁଡିକ ସମ୍ପୂର୍ଣ୍ଣ ବୁଡି ଯାଇଥିଲା । ତେବେ ଏଥିରେ ଥିବା ଡ୍ରାଇଭର ଓ କର୍ମଚାରୀ ମାନେ ଦୌଡ଼ି ପଳେଇ ଆସିବା ଫଳରେ ଦୁର୍ଘଟଣାରୁ ବର୍ତୀ ଯାଇଛନ୍ତି ।

ଏଠାରେ ପ୍ରଶ୍ନ ଉଠୁଛି ଏହି ଅଂଚଳ ଯାଜପୁର ଓ ଭଦ୍ରକ ସୀମାନ୍ତ ଅଂଚଳ ତଥା ଏଠାକୁ ବର୍ତ୍ତମାନ ନିସିଦ୍ଧାଞ୍ଚଳ ଘୋଷଣା କରାଯାଇଛି । ତେବେ ଏହି ଗାଡି ଗୁଡ଼ିକ କାହା ଅନୁମତି ନେଇ ଏଠାରୁ ବାଲି ଉଠାଉଥିଲେ ।  ଏ ସମ୍ପର୍କରେ ପାଣିକୋଇଲି ଥାନା ଅଧିକାରୀଙ୍କୁ ଫୋନ ମାଧ୍ୟମରେ ପଚାରିବାର ସେ ଏ ସମ୍ପର୍କରେ କିଛି ଜାଣିନଥିବା ସୂଚନା ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ଗାଡି ଗୁଡ଼ିକ ପାଣି ମଧ୍ୟରେ ଫସି ରହିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top