ନ୍ୟୁଜ୍

ଅସ୍ଥାୟୀ ଶିବିରରେ ପ୍ରବାସୀଙ୍କ ମୃତ୍ୟୁ

dead

ବଲାଙ୍ଗିର:  ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ଖୁଣ୍ଟ ସମଳେଇସ୍ତିତ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରେ ବୃଦ୍ଧଙ୍କ ମୃତ୍ୟୁ । ମୃତ ବୃଦ୍ଧଙ୍କ ବୟସ 65 ବର୍ଷ ହୋଇଥିବାବେଳେ ଗତ ୧୬ ତାରିଖରୁ ସଂଘରୋଦ୍ଧରେ ରଖାଯାଇଥିଲା । ଟିକେମଣି ତଅଲା ଅସୁସ୍ଥ ହୋଇପଡିବା ପରେ ତାଙ୍କୁ ପ୍ରଥମେ ଘସିଏନ ଡାକ୍ତରଖାନାରେ ଚିକିତ୍ସା ପାଇଁ ନିଆଯାଇଥିଲା । ପରେ ବଲାଙ୍ଗିର ସ୍ଥିତ ଭୀମଭୋଇ ମେଡିକଲକଲେଜରେ ଚିକିତ୍ସା କରୁଥିବାବେଳେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଉଥିବାବେଳେ ବାଟରେ ମୃତ୍ୟୁ ହୋଇଥିବାର ଜଣାଯାଇଛି । ଫଳରେ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନାନୁସାରେ, ଟିକେମଣି ପ୍ରାୟ ୨ ମାସ ତଳେ ଛତିଶଗଡ଼ର ରାୟଗଡ଼ରେ ରହିଥିବା ନିଜର ସାନ ପୁଅ ଧନମତ ତଅଲା ପାଖରେ ରହୁଥିଲା । ଗତ୧୬ ତାରିଖ ଦିନ ନିଜ ଗାଁକୁ ଫେରିବା ପରେ ତାଙ୍କୁ ଅସ୍ଥାୟୀ ଶିବିରରେ ରଖାଯାଇଥିଲା । ୧୭ ତାରିଖରେ ସେ ଅସୁସ୍ଥତା ଅନୁଭବ କରିବାରୁ ନିକଟସ୍ଥ ଘସିଏନ ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ଚିକିତ୍ସା କରୁଥିବା ସମୟରେ ତାର ଅବସ୍ଥା ଗୁରୁତର ହେବାରୁ ବଲାଙ୍ଗିର ପଠାଯାଇଥିଲା  ।  ଟିକେମଣିକୁ ନେବା ବିଷୟରେ ଡାକ୍ତର ଘରଲୋକଙ୍କୁ ଜଣାଇନଥିବାରୁ ଘରର ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଆଜି ଟିକେମଣିର ମୃତ ଦେହକୁ ଗାଁରେ ପହଂଚିବା ପରେ ସେଠାରେ କିଛି ସମୟ ପର୍ଯ୍ୟନ୍ତ ଉତ୍ତେଜନା ପ୍ରକାଶ ପାଇଥିଲା । ପରେ ଲରମ୍ଭା ପୋଲିସ ପହଞ୍ଚିବାରୁ ଶାନ୍ତ ପଡ଼ିଗଲା। ଏ ଖବର ପାଇ ପାଟଣାଗଡ଼ ଏସ ଡି ପି ଓ ଓ ଏସ ଡି ଏମ ଓ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ । ଟିକେମଣି ଆଗରୁ ସେପ୍ଟିସେମିଆ ରୋଗରେ ପୀଡିତ ଥିଲେ । ସେଥିପାଇଁ ତାର ମୃତ୍ୟୁ ହୋଇଛି ବୋଲି ଏସ ଡି ଏମ ଓ ଦିଲୀପ ବିଶ୍ୱାଳ ସୂଚନା ଦେବାପରେ ଉତ୍ୟକ୍ତ ଲୋକ ଶାନ୍ତ ପଡ଼ିଥିଲେ । ପରେ ପାଟଣାଗଡ଼ ପ୍ରଶାସନ ତରଫରୁ ରେଡ଼ କ୍ରସ ପକ୍ଷରୁ ସହାୟତା ରାଶି ପ୍ରଦାନ କରାଯାଇଥିବା ସୂଚନା ମିଳିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top