ନ୍ୟୁଜ୍

ଭାସିଗଲା ୪ ବର୍ଷର ଶିଶୁ

child

ଅର୍ଗସ ବ୍ୟୁରୋ:   ଭାସିଗଲା ୪ ବର୍ଷର କୁନି ଝିଅ । ଏଭଳି ଅଭାବନୀୟ ଘଟଣା ଘଟିଛି ରାଉରକେଲା ଲାଠିକଟା ଥାନା ଅନ୍ତର୍ଗତ ଟିମଜୋର ନିକଟରେ । ବ୍ରହ୍ମଣୀ ନଦୀରେ ଭାସିଗଲା ୪ ବର୍ଷର କୁନି ଝିଅ । ସୂଚନାନୁସାରେ, ବ୍ରହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ସମରଝୋଲା ଗାଁର ଜଣେ ବୃଦ୍ଧା ତାଙ୍କର ଦୁଇ ନାତିନାତୁଣୀଙ୍କୁ ଧରି ଟିମଜୋର ଆସିଥିଲେ ।  ସେମାନେ ସେଠାରୁ  କାଠ ପୋଲ ଦେଇ ଫେରୁଥିବାବେଳେ ହଠାତ୍ ଏକ ସ୍ଥାନରୁ କାଠ ଖସି ପଡ଼ିଥିଲା । ଫଳରେ ତିନି ଜଣ ଯାକ ନଦୀରେ ପଡ଼ିଯାଇଥିଲେ ।

ସ୍ଥାନୀୟ ଲୋକେ ଉକ୍ତ ବୃଦ୍ଧା ଓ ତାଙ୍କ ନାତିଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ । ହେଲେ ତାଙ୍କର ୪ ବର୍ଷର ନାତୁଣୀ ଭାସି ଯାଇଥିଲା । ଖବର ପାଇଁ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଶିଶୁ କନ୍ୟାଟିକୁ ଖୋଜାଖୋଜି କରିଥିଲେ । ବହୁତ ଖୋଜାଖୋଜି ପରେ ବି ଶିଶୁଟିକୁ ପାଇନଥିଲେ । ଆଜି ସକାଳେ ପୋଲିସ ଓ ଅଗ୍ନିଶମ ବାହିନୀ ଆସି ପୁଣି ଖୋଜାଖୋଜି କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top