ନ୍ୟୁଜ୍

ଯୁବକଙ୍କ ଉନ୍ମୁତ୍ତକାଣ୍ଡ, ନିଜ ହାତ ପାପୁଲି କାଟି ପଲିଥିନରେ ଧରି ଗାଁରେ ବୁଲିଲା

hand cut

ବ୍ରହ୍ମପୁର:  ମାନସିକ ଭାରସାମ୍ୟ ହରାଇଥିବା ଯୁବକଙ୍କ ଉନ୍ମୁତ୍ତକାଣ୍ଡ । ନିଜ ହାତର ପାପୁଲିକୁ କାଟିବା ପରେ ଗାଁ ଦାଣ୍ଡରେ ବୁଲିଲେ ଯୁବକ । ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ବି . ତୁରୁବୁଡି ପଞ୍ଚାୟତ ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମରେ । ଗାଁର ପି. ସମେଶ୍ୱର ରେଡ୍ଡୀ ନାମକ ଜଣେ ମାନସିକ ବିକୃତ ଯୁବକ ଏକ ଧାରୁଆ ଅସ୍ତ୍ର ସାହାଯ୍ୟରେ ନିଜର ହାତ ପାପୁଲି କାଟି ପଲିଥିନରେ ଧରି ଗ୍ରାମ ବୁଲୁଥିବା ବେଳେ ଗ୍ରାମବାସୀ କାବୁ କରି ସ୍ଥାନୀୟ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଏହାପରେ ଯୁବକଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ଖବରନୁଯାୟୀ, ଯୁବକ ଜଣକ ଶୁକ୍ରବାର ସନ୍ଧ୍ୟାରେ ନିଜ ବାରିପଟେ ବସିଥିବା ସମୟରେ ଯୁବକଙ୍କ ମାଆ ବାରଣ୍ଡାରେ ବସି କଥାବାର୍ତ୍ତା ହେଉଥିଲେ । କିନ୍ତୁ କିଛି ସମୟ ପରେ ଯୁବକ ଜଣକ ନିଜ କଟା ପାପୁଲିକୁ ଏକ ପଲିଥିନରେ ଧରି ବାହାରକୁ ଆସିବା ଦେଖି ମାଆ ଭୟଭୀତ ହୋଇ ବାହାରକୁ ଚାଲି ଯାଇ ଗ୍ରାମବାସୀଙ୍କୁ ଜଣାଇଥିଲେ । ଘଟଣାପରେ ଗ୍ରାମର କିଛି ଲୋକଙ୍କ ସହାୟତାରେ ଯୁବକକୁ କାବୁ କରିଥିଲେ । ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯାଇ ଅଧିକ ଚିକିତ୍ସା ନିମନ୍ତେ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ଼ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ଖବର ମିଳିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top