ନ୍ୟୁଜ୍

ନର୍ସିଂ କଲେଜରୁ ଛାତ୍ରୀଙ୍କ ସନ୍ଦେହ ଜନକ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଜାରି

Dead Body

ସମ୍ବଲପୁର:  ସମ୍ବଲପୁର ସଦର ଥାନା ଅନ୍ତର୍ଗତ ଜୟନ୍ତଛକ ନିକଟରେ ଥିବା ଏକ ବେସରକାରୀ ନର୍ସିଂ କଲେଜରେ ଜଣେ ଛାତ୍ରୀଙ୍କ ସନ୍ଦେହ ଜନକ ଭାବେ ମୃତଦେହ ମିଳିଛି । ମୃତକ ଜଣକ ହେଉଛନ୍ତି ସୁତପା ମହାନ୍ତି । ପଶ୍ଚିମବଙ୍ଗର ପୁରୁଲିଆ ଜିଲ୍ଲାର ବୋଲି ଜଣାପଡ଼ିଛି ।

ସୂଚନାନୁସାରେ, କିଛି ଦିନ ପୂର୍ବରୁ ସୁତପା ଘରକୁ ଯାଇଥିଲେ । ଘରୁ ଆସିଲା ପରେ ସେ ଟିକେ ଏକା ଏକା ରହୁଥିଲେ । ସେ ମାନସିକ ଚାପରେ ମଧ୍ୟ ରହୁଥିବା କହିଛନ୍ତି କଲେଜ କତ୍ତୃପକ୍ଷ । ସେ କଲେଜ ହଷ୍ଟେଲରେ ନରହି କଲେଜ କ୍ୟାମ୍ପସ ଭିତରେ ଥିବା ଏକ ରୁମରେ ଏକା ରହୁଥିଲେ । ତେଵେ ସୋମବାର ତାଙ୍କର ଜଣେ ସାଙ୍ଗ କ୍ଲାସ କରିବା ପାଇଁ ଡାକିଥିଲେ ହେଲେ ସୁତପା କବାଟ ଖୋଲିନଥିଲେ ।

ଏହା ଦେଖି ହଷ୍ଟେଲ ୱାର୍ଡେନକୁ ଡାକିଥିଲେ । ୱାର୍ଡେନ ଏନେଇ ପୋଲିସକୁ ଖବର ଦେଇଥିଲେ ପୋଲିସ ଘଟଣାସ୍ଥଳକୁ ପହଁଚି ପ୍ରଥମେ କବାଟ ଭାଙ୍ଗିଥିଲେ । କବାଟ ଭାଙ୍ଗିଲାପରେ ଭିତରେ ସୁତପାର ମୃତଦେହ ଝୁଲୁଥିବାର ଦେଖିବାକୁ ପାଇଥିଲେ । ପୋଲିସ ମୃତକଙ୍କ ପରିବାରକୁ ଏନେଇ ଖବର ଦେଇଥିଲେ । ମୃତ ଦେହକୁ ପୋଲିସ ସବ ବ୍ୟବଚ୍ଛେଦ ଗୃହକୁ ପଠାଇ ତଦନ୍ତ ଆରମ୍ଭ କରିଛି । ତେବେ ପରିବାରରେ ଶୋକର ଛାୟା ଖେଳିଯାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top