ନ୍ୟୁଜ୍

ସରିଲା ଦେବ ନିମନ୍ତ୍ରଣ, ଆଜି ହର-ପାର୍ବତୀଙ୍କ ବିବାହ

marriage

ସମ୍ୱଲପୁର:  ପବିତ୍ର ଶୀତଳ ଷଷ୍ଠୀରେ ଆଜି ହେବ ଦେବ ଦେବ ମହାଦେବଙ୍କ ବିବାହ। ଦେବ ଦେବ ମହାଦେବଙ୍କ ହାତ ଧରିବେ ମା’ ପାର୍ବତୀ । ମହାମାରୀ କରୋନାକୁ ଦୃଷ୍ଟିରେ ରଖି ବିଧି ଅନୁସାରେ ସମ୍ପନ୍ନ ହେଉଛି ରୀତିନୀତି । ପ୍ରସିଦ୍ଧ ଶୀତଳ ଷଷ୍ଠୀର ଦେବ ଦେବ ମହାଦେବ ନିମନ୍ତ୍ରଣ ବା ହନୁମାନ ନିୟୁତା ଗତକାଲି ସମ୍ପନ୍ନ ହୋଇଛି ।

sitalasasthi

ମହାଦେବଙ୍କ ବାହାଘରରେ ସାମିଲ ହେବା ପାଇ ଭଗବାନ ହନୁମାନଙ୍କୁ ବିଭିନ୍ନ ବେଶ ଅଳଙ୍କାରରେ ସୁସଜ୍ଜିତ ହୋଇ ନିଜ ନିଜ ଅଂଚଳରେ ଥିବା ଦେବା ଦେବୀଙ୍କୁ ଗୁଆ ଗୁଣ୍ତା ଦେଇ ମହାଦେବଙ୍କ ବିବାହ ଉତ୍ସବ ରେ ସାମିଲ ହେବା ନିମନ୍ତ୍ରଣ କରିଛନ୍ତି । ତେବେ ଆଜି ମଧ୍ୟାନ୍ନ ରାତ୍ରୀରେ ଶିବ ପାର୍ଵତିଙ୍କ ବାହାଘର ରହିଥିବା ବେଳେ ଦିନ ତମାମ ବିଭିନ୍ନ କାର୍ଯ୍ୟକ୍ରମ ରହିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top