ନ୍ୟୁଜ୍

ନିଆଁ ଆଁରେ ୪ ପରିବାର ସର୍ବସ୍ୱାନ୍ତ

fire

ରାୟଗଡା:  ନିଆଁ ଆଁରେ ୪ ପରିବାର ସର୍ବସ୍ୱାନ୍ତ । ରାୟଗଡା ଜିଲ୍ଲା ଗୁଡାରି ବ୍ଲକ ସିରିଗୁଡା ପଞ୍ଚାୟତର ରାଇପଙ୍କା ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ । ନିଆଁ ଲାଗି ୪ ପରିବାର କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି । ଗ୍ରାମର ଜିତୁ କାଡ୍ରାକା, ବାବୁଲା କାଡ୍ରାକା, ସମ୍ବରା ଶବର, ରାଜେନ୍ଦ୍ର ପାଲକାଙ୍କ ଚାଳ ଛପର ଘରେ ନିଆଁ ଲାଗି ପୋଡି ଯାଇଥିଲା ।

ଲକ୍ଷାଧିକ ଟଙ୍କାର ଆସବାବପତ୍ର, ଖାଦ୍ୟ ଦ୍ରବ୍ୟ ପୋଡି ପାଉଁଶ ହୋଇଯାଇଛି । ଖବର ପାଇ ଗୁଡାରି ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ସୂଚନା ମିଳିଛି । ଅନ୍ୟପଟେ ସର୍ବସ୍ୱାନ୍ତ ହୋଇପଡିଥିବା ପୀଡିତ ପରିବାରଙ୍କୁ ସହାୟତା ଯୋଗାଇଦେବାକୁ ଦାବି ହୋଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top