ନ୍ୟୁଜ୍

କଟକ ରୋଡ ସ୍ଥିତ ରେନ ଦି କ୍ଲବରେ QATର ଚଢାଉ, ବେଆଇନ ମଦ କାରବାର କରିବା ଅଭିଯୋଗରେ ରେଡ୍

liquor

ଭୁବନେଶ୍ୱର: ବେଆଇନ ମଦ କାରବାର କରିବା ଅଭିଯୋଗରେ କଟକ ରୋଡ ସ୍ଥିତ ରେନ ଦି କ୍ଲବରେ କୁଇକ ଆକ୍ସନ ଟିମ୍ ର ଚଢାଉ ।  ଆଗରେ ଦ୍ୱାର ବନ୍ଦ ପଛପଟରୁ ବିକ୍ରି କରାଯାଉଥିଲା ମଦ । ବିପୁଳ ମାତ୍ରାରେ ମଦ ଜବତ । ପାଖାପାଖି ଲକ୍ଷାଧିକ ଟଙ୍କାର ମଦ ଜବତ କରାଯାଇଛି । ଘଟଣାରେ ୩ ଜଣଙ୍କୁ ଅଟକ ରଖାଯାଇଛି । ବାକି ୨ ଜଣ ଫେରାର୍ ଥିବା ସୂଚନା ମିଳିଛି ।

ଭୁବନେଶ୍ୱର ସ୍ଥିତ ରେନ୍ ଦି ବାର୍‌ରେ କମିଶନରେଟ୍ ପୋଲିସ ରେଡ୍ କରିଛି । କମିଶନରେଟ ପୋଲିସର କୁଇକ ଆକ୍ସନ ଟିମ୍ ପକ୍ଷରୁ ଏହି ଚଢ଼ାଉ ହୋଇଛି । କ୍ୟୁଏଟି ଓ ଲକ୍ଷ୍ମୀସାଗର ଥାନା ପକ୍ଷରୁ ବିଶେଷ ସୂତ୍ରରୁ ଖବର ପାଇ ରେନ୍ ଦି ବାର୍ ଉପରେ ଚଢ଼ାଉ କରାଯାଇଛି । ଲକଡାଉନ୍ ଆରମ୍ଭରୁ ଏଠାରେ ଚୋରାରେ ମଦ ବିକ୍ରି ହେଉଥିବା ନେଇ ଅଭିଯୋଗ ଆସିଥିଲା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top