ନ୍ୟୁଜ୍

ନୃଶଂସ ବାପାର ଏ କି କାଣ୍ଡ..

murder

ନବରଙ୍ଗପୁର:  ବାପା ହେଲା ହତ୍ୟାକାରୀ । ନୃଶଂସ ବାପା ପୁଅକୁ  ପିଟି ପିଟି ହତ୍ୟା କଲା । ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ରାଇଘର ଥାନା କୁମୁଲି ଗ୍ରାମଠାରେ । ସୂଚନାନୁସାରେ, ଜମି ଜମାକୁ ନେଇ ବାପା ଓ ପୁଅ ମଧ୍ୟରେ ବିବାଦ ଯୋଗୁଁ ବାପା ଅମଲ ବସୁ, ପୁଅ ଅସିତ ବସୁକୁ ଶାବଳ ଓ କୁରାଢ଼ୀରେ ପିଟି ପିଟି ହତ୍ୟା କରିଛି । ରାଇଘର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିଛନ୍ତି । ହତ୍ୟାକାରୀ ପିତା ରାଇଘର ଥାନାରେ ଆତ୍ମସମର୍ପଣ କରିଛନ୍ତି ।

ଦୀର୍ଘ ଦିନ ଧରି ଜମି ଭାଗ ବଣ୍ଟା କୁ ନେଇ ବାପା ଓ ପୁଅ ମଧ୍ୟରେ ବିବାଦ ଲାଗି ରହିଥିଲା, ଗତ କାଲି ରାତି ପ୍ରାୟ ବାରଟା ସମୟରେ ବାପା ଓ ପୁଅ ମଧ୍ୟରେ ଗଣ୍ଡଗୋଳ ହୋଇ ଥିଲା ଘର ନିକଟସ୍ଥ କାଜୁ ବାଡ଼ ମଧ୍ୟରେ ଉତ୍ତ୍ୟକ୍ତ ବାପା ପୁଅର ମୁଣ୍ଡରେ ଶାବଳ ଓ କୁରାଢ଼ୀ ରେ ଆକ୍ରମଣ କରିବାରୁ ଘଟଣା ସ୍ଥଳରେ ପୁଅ ଅସିତ ମୃତ୍ୟୁ ବରଣ କରିଥିଲେ । ସକାଳୁ ବାପା ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ର ସହ ପୋଲିସ ପାଖରେ ଆତ୍ମ ସମର୍ପଣ କରିଛି । ଏହି ସମ୍ପର୍କରେ ରାଇଘର ଥାନାରେ ମୃତକଙ୍କ ଭାଇ ବିଶ୍ୱଜିତ ଏକ ଲିଖିତ ଅଭିଯୋଗ ଦେଇଛନ୍ତି । ଏହିଠାରେ ସୂଚନା ଯୋଗ୍ୟଯେ, ହତ୍ୟାକରି ଅମଲ ବସୁଙ୍କ ତିନୋଟି ସ୍ତ୍ରୀ । ପ୍ରଥମ ସ୍ତ୍ରୀର ହତ୍ୟା ଅଭିଯୋଗରେ ଅମଲ ଜେଲ୍ ରେ ସଜା କାଟି କି ଫେରିଥିଲେ । ଦ୍ଵିତୀୟ ସ୍ତ୍ରୀ ଅଲଗା ରହୁଥିଲେ ଓ ତୃତୀୟ ସ୍ତ୍ରୀ ପାଖରେ ଅଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top