ନ୍ୟୁଜ୍

କ୍ୱାରେଣ୍ଟିନ ସେଣ୍ଟରରେ ପ୍ରବାସୀ ଓଡ଼ିଆଙ୍କୁ ଅଣଦେଖା

quaratine

ଭଦ୍ରକ:  କ୍ୱାରେଣ୍ଟିନ ସେଣ୍ଟରରେ ପ୍ରବାସୀ ଓଡ଼ିଆଙ୍କୁ ଅଣଦେଖା । ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲା ବାସୁଦେବପୁର ପୌରପାଳିକା ବାଳିକା ଉଚ୍ଚ ବିଦ୍ୟାଳୟରେ ହୋଇଥିବା କ୍ୱାରେଣ୍ଟାଇନ ସେଣ୍ଟରରେ ।  ୧୫ଦିନରୁ ଅଧିକ ଦିନ ଧରି ସେମାନେ କ୍ୱାରେଣ୍ଟିନରେ ରହିଛନ୍ତି । ହେଲେ ଆଜି ପର୍ଯ୍ୟନ୍ତ ସେମାନଙ୍କ ର ସ୍ୱାବ ପରୀକ୍ଷା କରାଯାଉ ନାହିଁକି ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉନଥିବା ଅଭିଯୋଗ କରିଛନ୍ତି । ଏଠି ସହିତ ସେଣ୍ଟରରେ ୨ଦିନ ଧରି ପିଇବାକୁ ପାଣି ମିଳୁନି କି ଭିତରେ ଥିବା ପାଣି ଟାଙ୍କିରେ ପାଣି ଆସୁନି ।

ଏହା ସହିତ ଭିତରେ ଥିବା ଟ୍ୟୁବଓ୍ୱେଲକୁ ମଧ୍ୟ ବ୍ୟବହାର କରିବାକୁ ଦିଆ ନଯିବା ସହିତ ଟ୍ୟୁବଓ୍ୱେଲକୁ ଚାବି ପକାଇ ରଖିଛନ୍ତି । ପାଣି ନମିଳିବା ଫଳରେ ନା ସେମାନେ ଭିତରେ ଶୌଚ ପାଇଁ ଯାଇପାରୁଛନ୍ତି ନା ସେମାନେ ଗାଧୋଇ ପାରୁଛନ୍ତି । ଏଥି ସହିତ ୨ଦିନ ଧରି ପାଇଖାନା ସଫା କରାଯାଉନଥିବା ଅଭିଯୋଗ କରିଛନ୍ତି । ବାରମ୍ବାର କହିଲେ ସୁଧା ଏ ସମ୍ପର୍କରେ କେହି ନଶୁଣିବାରୁ ବାଧ୍ୟ ହେଇ ସେମାନେ ଏକ ଭିଡିଓ ପ୍ରସ୍ତୁତ କରି ପ୍ରଶାସନକୁ ଏ ସମ୍ପର୍କରେ ଜଣାଇଛନ୍ତି । ଯେଉଁ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top