ନ୍ୟୁଜ୍

ସସ୍‌ପେଣ୍ଡ ହେଲେ ଆଇଆଇସି ସନ୍ଧ୍ୟାରାଣୀ ଜେନା

police

ଅର୍ଗସ ବ୍ୟୁରୋ:  ସସ୍‌ପେଣ୍ଡ ହେଲେ ଆଇଆଇସି ସନ୍ଧ୍ୟାରାଣୀ ଜେନା । ପୋଲିସ ଡିଜି ଆଇଆଇସି ସନ୍ଧ୍ୟାରାଣୀଙ୍କୁ ସସ୍‌ପେଣ୍ଡ କରିଥିବା ନେଇ ଟ୍ୱିଟ୍ ଯୋଗେ ସୂଚନା ମିଳିଛି । ସୂଚନାନୁସାରେ, କିଛି ଦିନ ପୂର୍ବେ ଥାନା ଭିତରେ ଥାର୍ଡ ଡିଗ୍ରି କରି ଜଣେ ଯୁବକଙ୍କୁ ନିସ୍ତୁକ ପିଟିଥିବା ଘଟଣା ପ୍ରକାଶ ପାଇଥିଲା । ତେବେ ଏଭଳି ଘଟଣା ଘଟିଥିଲା କେନ୍ଦୁଝର ଜିଲ୍ଲା ସାହାରପଡ଼ା ବ୍ଳକ ପ୍ରଭାସରଭା ଗାଁରେ । ରାଜୁ ମହାନ୍ତି ଓ ତାଙ୍କ ଦାଦାଙ୍କ ମଧ୍ୟରେ ବିବାଦ ଲାଗିଥିଲା । ଏହି ଘଟଣାକୁ ନେଇ ପାଟଣା ଥାନାରେ ଅଭିଯୋଗ ହୋଇଥିଲା । ଆଇଆଇସି ସନ୍ଧ୍ୟାରାଣୀ ରାଜୁକୁ ଥାନାକୁ ଆଣି ଅତି ନିର୍ଦ୍ଦୟ ଭାବେ ଲାଠିରେ ମାଡମାରିଥିଲେ । ଏହାସହ ଗୋଇଠା ମାରିଥିବାର ମଧ୍ୟ ଦେଖିବାକୁ ମିଳିଥିଲା । ତେବେ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସନ୍ଧ୍ୟାରାଣୀଙ୍କ ଅଡ଼ୁଆ ବଢ଼ିଥିଲା ।

ପରେ ଏହି ଘଟଣାକୁ ନେଇ ଜବାବ ତଲବ କଲେ ମାନବାଧିକାର କମିସନ । କେନ୍ଦୁଝର ଏସପି ଏବଂ ଆଇଆଇସି ସଂଧ୍ୟାରାଣୀ ଜେନାଙ୍କୁ ଜବାବ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଏଥିପାଇଁ ୪ ସପ୍ତାହ ସମୟ ଦେଇଥିଲେ କମିସନ । କେବଳ ଏତିକି ନୁହେଁ, ପୀଡ଼ିତାଙ୍କୁ ସହାୟତା ବାବଦକୁ ୧୦ ହଜାର ଦେବାକୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ । ଯେଉଁ ଟଙ୍କା ସଂଧ୍ୟାରାଣୀଙ୍କ ଦରମାରୁ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ମାନବାଧିକାର କମିସନ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top