ନ୍ୟୁଜ୍

ନିଳାଦ୍ରୀ ଭକ୍ତ ନିବାସଠାରେ ୧୭୨ଜଣ ଗରାବଡୁ ସେଵାୟତମାନଙ୍କୁ ନେଇ କୋଭିଡ୍ ସଚେତନତା ବୈଠକ

puri

ପୁରୀ:  ଆଜି ଦିନ ୧୧ଟାରେ ନିଳାଦ୍ରୀ ଭକ୍ତ ନିବାସଠାରେ ୧୭୨ଜଣ ଗରାବଡୁ ସେଵାୟତମାନଙ୍କୁ ନେଇ କୋଭିଡ୍ ସଚେତନତା ବୈଠକ ଆରମ୍ଭ ହୋଇଛି । ଅତିରିକ୍ତ ଜିଲ୍ଲାପାଳ ବିନୟ ଦାସଙ୍କ ଅଧକ୍ଷତାରେ ଏହି ବୈଠକରେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସିଡିଏମଓଙ୍କ ସମେତ ଶ୍ରୀମନ୍ଦିର ପ୍ରଶାସନର ଉଚ୍ଚ ପଦସ୍ତ ଅଧିକାରୀମାନେ ଉପସ୍ଥିତ ରହିଥିଲେ । କିଭଳି ଭାବରେ କୋଭିଡ୍୧୯ର ଗାଇଡଲାଇନ୍ ମାନି ସମ୍ପୃକ୍ତ ସେବାୟତ ମାନେ ସ୍ନାନପୂର୍ଣ୍ନିମା ଦିନ ତମାମ୍ ନୀତିକାନ୍ତି ସମ୍ପାଦିତ କରିବେ ସେନେଇ ବୈଠକରେ ସଚେତନ କରାଯିବା ସହ ଆଲୋଚନା ହୋଇଛି ।

ଯେହେତୁ ପବିତ୍ର ସ୍ନାନପୂର୍ଣ୍ନିମା ଦିନ ଗରାବଡୁ ସେବାୟତମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ । ସେହି ପରିପ୍ରେକ୍ଷୀରେ କିଭଳି ସାମାଜିକ ଦୂରତା ବଜାୟ ରଖିବା ସହ ମୁହଁରୁ ମାସ୍କ ପରିଧାନ କରି ଅଧିବାସ ଗୃହରୁ ୧୦୮ ଗରା ସୁଵାସିତ ଜଳ ସ୍ନାନମଣ୍ଡପ ଉପରକୁ ନେବେ ସେଥିପାଇଁ ଏହି ବୈଠକରେ ସଚେତନତା କରାଯାଇଛି । ଅନ୍ୟପଟେ କିଛିଦିନ ପୂର୍ବରୁ ଦଇତାପତି ନିଯୋଗ ସହ ଶ୍ରୀମନ୍ଦିର ପ୍ରଶାସନ କୋଭିଡ୍ ୧୯କୁ ନେଇ ଏକ ସଚେତନତା ବୈଠକ କରିଥିଲା।

Click to comment

Leave a Reply

Your email address will not be published. Required fields are marked *

Most Popular

To Top