ନ୍ୟୁଜ୍

ସମ୍ବଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା ଆରମ୍ଭ, ଆଜି ନନ୍ଦପଡା ବାବା ବାଲୁଙ୍କେଶ୍ୱରଙ୍କ ପତ୍ରପେଣ୍ଡି

samblpur

ସମ୍ୱଲପୁର:  ଆଜିଠୁ ସମ୍ବଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା ଆରମ୍ଭ । ଆଜି ନନ୍ଦପଡା ବାବା ବାଲୁଙ୍କେଶ୍ୱରଙ୍କ ପତ୍ରପେଣ୍ଡି ବା ନିର୍ବନ୍ଧ । ଏନେଇ ସନ୍ଧ୍ୟାରେ ସପ୍ତ ରୁଷିଙ୍କୁ ସାଙ୍ଗରେ ନେଇ ବରପିତା ବାହାରିବେ କନ୍ୟା ଅନ୍ୱେଷଣରେ ।  ଆଉ ଦେବ ଦେବ ମହାଦେବଙ୍କ ପାଇଁ କନ୍ୟା ମିଳିବା ପରେ ଶାଳ ପତ୍ରର ବିଡା ଦେଇ କରାଯିବ ନିର୍ବନ୍ଧ । ତେଵେ ଏଥିରେ ବରପିତା ପଡ଼ାର ମୁରବି ସ୍ଥାନୀୟ ବ୍ୟକ୍ତି ଓ ସପ୍ତ ରୁଷିଙ୍କୁ ସାଙ୍ଗରେ ଯିବେ ଅଇଠାପାଲି ।

ଏଥର କରୋନା କଟକଣା ଯୋଗୁ ୨୦ ଜଣ ପତର ପେଣ୍ତି କାର୍ଯ୍ୟକ୍ରମରେ ଯୋଗ ଦେବା । କୌଣସି ପ୍ରକାର ଧାର୍ମିକ ଶୋଭାଯାତ୍ରା ବାହାରିବା ଉପରେ ସରକାରଙ୍କ କଟକଣା ଥିବାରୁ ଅତି କମ ଲୋକରେ ପତ୍ରପେଣ୍ଡି ସହ ଶିବ ପାର୍ବତୀଙ୍କ ଶୁଭ ବିବାହ ଓ ନଗର ପରିକ୍ରମା କାର୍ଯ୍ୟକ୍ରମ କରାଯିବ । ତେଵେ ପତର ପେଣ୍ତି କାର୍ଯ୍ୟକ୍ରମ ପାଇଁ ଯିବା ସମୟରେ ଏଥର ନଗର ପରିକ୍ରମା କରାଯିବ ନାହିଁ । କେବଳ ଘଣ୍ଟ ଓ ଶଙ୍ଖ ବାଜିବ କୌଣସି ବାଜା ରୋଷଣୀ ଲାଗିବ ନାହି ବୋଲି କମିଟି ପକ୍ଷରୁ କୁହାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top