ନ୍ୟୁଜ୍

ଗଜପତିଙ୍କ ପ୍ରସ୍ତାବକୁ ରାଜ୍ୟ ସରକାର ଗ୍ରହଣ କରନ୍ତୁ: ସମୀର ମହାନ୍ତି

samir

ଭୁବନେଶ୍ୱର: ଗଜପତିଙ୍କ ପ୍ରସ୍ତାବକୁ ରାଜ୍ୟସରକାର ଗ୍ରହଣ କରନ୍ତୁ ବୋଲି ସମୀର ମହାନ୍ତି କହିଛନ୍ତି  ।  ରଥଯାତ୍ରା ଓ ଶ୍ରୀମନ୍ଦିର ପରିଚାଳନାରେ ଗଜପତି ମହାରାଜା ଏବଂ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ବିଶେଷ ଭୂମିକା ରହିଛି । ଏ ଦୁଇ ଆସ୍ଥା କେନ୍ଦ୍ର ଯେଉଁ ପରାମର୍ଶ ଓ ଅପେକ୍ଷା ରଖୁଛନ୍ତି ରାଜ୍ୟ ସରକାର ତାହାକୁ ପାଳନ କରନ୍ତୁ ।

ଚଳିତ ବର୍ଷ ରଥଯାତ୍ରାକୁ ନେଇ ଯେଉଁ ଆଶା ଆଶଙ୍କା ଜାରି ରହିଛି ତାହାକୁ ନେଇ ସମସ୍ତଙ୍କର ଭିନ୍ନ ଭିନ୍ନ ମତ ପ୍ରକାଶ ପାଉଛି । ସେପଟେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ଗଣମାଧ୍ୟମ ଆଗରେ ରାଜ୍ୟ ସରକାରଙ୍କ ତରଫରୁ କେହି ତାଙ୍କୁ ସାକ୍ଷାତ୍ କରନ୍ତୁ ବୋଲି ଅପେକ୍ଷା ରଖିଛନ୍ତି । ରଥଯାତ୍ରା ଓ ମହାପ୍ରଭୁଙ୍କ ନୀତିକାନ୍ତି ପ୍ରସଙ୍ଗରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ କଣ କହିବାକୁ ଚାହୁଁଛନ୍ତି ରାଜ୍ୟ ସରକାର ତୁରନ୍ତ ସାକ୍ଷାତ୍ କରି ତାଙ୍କ ପରାମର୍ଶ ନିଅନ୍ତୁ ।

ଗଜପତି ମହାରାଜ ଦିବ୍ୟସିଂହ ଦେବ ଗତକାଲି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପ୍ରସଙ୍ଗରେ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଏକ ବିସ୍ତୃତ ପତ୍ର ଲେଖିଛନ୍ତି । ଗଜପତି ମହାରାଜା ରାଜ୍ୟ ସରକାରଙ୍କୁ ଯେଉଁ ଅନୁରୋଧ କରିଛନ୍ତି ଓ ଅପେକ୍ଷା କରିଛନ୍ତି ଯେ, ରାଜ୍ୟ ସରକାର ଏହାକୁ ରକ୍ଷା କରନ୍ତୁ ଏବଂ ଏହି ଅନୁରୋଧ ଅନୁସାରେ ପଦକ୍ଷେପ ନିଅନ୍ତୁ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top