ନ୍ୟୁଜ୍

ଛାଡିଲା ଝଡ, ବଢିଲା ତାତି: ଆହୁରି ତିନି ଦିନ ହନ୍ତସନ୍ତ କରିବ ଗୁଳୁଗୁଳି

summer

ଭୁବନେଶ୍ୱର:  ଛାଡିଲା ଝଡ, ବଢିଲା ତାତି । ଆସନ୍ତା ଦୁଇରୁ ତିନି ଦିନ ମଧ୍ୟରେ ତାପମାତ୍ରା ଆହୁରି ବୃଦ୍ଧି ପାଇବାର ଯଥେଷ୍ଟ ସମ୍ଭାବନା ରହିଛି । ତିନି ଦିନ ହନ୍ତସନ୍ତ କରିବ ଗୁଳୁଗୁଳି । ଏନେଇ ପାଣିପାଗ ବିଭାଗର ସୂଚନା ।  ଟିଟିଲାଗଡରେ ସର୍ବାଧିକ ତାପମାତ୍ରା ରେକର୍ଡ଼ କରାଯାଇଥିଲା । ଏହାର ତଳକୁ ରହିଛି ଭବାନୀପାଟଣା,ବଲାଙ୍ଗିର ଓ ମାଲକାନଗିରି । ଏଠାରେ ତାପମାତ୍ରା ୪୦ଡିଗ୍ରୀ ଉପରେ ରେକର୍ଡ କରାଯାଇଛି । ତେବେ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ବୃଦ୍ଧି ପାଇବାର ଯଥେଷ୍ଟ ସମ୍ଭାବନା ରହିଛି । ସେପଟେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ତାପମାତ୍ରା ୪୦ଡିଗ୍ରୀ ଟିପଛି ବେଳେ ଏହା ଦୁଇରୁ ତିନି ଡିଗ୍ରୀ ବୃଦ୍ଧି ପାଇବାର ସମ୍ଭାବନା ରହିଥିବା କହିଛି ଆଞ୍ଚଳିକ ପାଣିପାଗ ବିଭାଗ ।

୧୧ ଟି ସ୍ଥାନରେ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସରୁ ଅଧିକ ରେକର୍ଡ ହୋଇଛି । ଓଡିଶାର ଅନେକ ସ୍ଥାନ ପ୍ରବଳ ଉତ୍ତାପ ସାଙ୍ଗକୁ ଝାଞ୍ଜି ପବନ ଅନୁଭୂତ ହୋଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top