ନ୍ୟୁଜ୍

ପୋଲିସକୁ ଚକମା ଦେବାକୁ ମାଫିଆଙ୍କ ଚାଲ୍, ପରିବା ଗାଡିରେ ମଦ ଚାଲାଣ

mada

ଯାଜପୁର:  ପୋଲିସକୁ ଚକମା ଦେବାକୁ ମାଫିଆଙ୍କ ଚାଲ୍ । ପରିବା ଗାଡିରେ ମଦ ଚାଲାଣ । କୁନ୍ଦୁରି ବସ୍ତା ତଳୁ ଜବତ ହେଲା ମଦ । ପୋଲିସ ଆଖିରେ ଧୂଳି ଦେଇ ଖସିଯିବାକୁ ଉଦ୍ୟମ କଲା ବେଳେ ଆଜି ଅବକାରୀ ବିଭାଗ ପଞ୍ଝାରେ ଧରାପଡିଛି ପିକଅପ ଭ୍ୟାନ ଡ୍ରାଇଭର । ଗାଡିଟି ପଶ୍ଚିମବଙ୍ଗରୁ ପରିବା ବୋଝେଇ କରି ଯାଜପୁରକୁ ଫେରିଥିବା ବେଳେ ଧରାପଡିଛି । କଲିକତାରୁ ପ୍ରତିଦିନ ଯାଜପୁରକୁ ପରିବା ଗାଡି ଆସିଥାଏ । ତେବେ ଆଜି ସକାଳେ ଆସିଥିବା ପରିବା ଗାଡିରୁ ୪୫ ଲିଟର ମଦ ଜବତ ହୋଇଛି । କଲିକତାରୁ ଆସିଥିବା ଏହି ଗାଡିରେ ପରିବା ବସ୍ତା ସହିତ ୫ଟି ଟ୍ରେରେ ମଦ ରହିଥିଲା । ତେବେ ଖବର ପାଇଁ ଅବାକରୀ ବିଭାଗ ଚଢାଉ କରି ବିପୁଳ ପରିମାଣର ମଦ ଜବତ କରିଛି । ପୋଲିସ ଗାଡିଟିକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି ।

ଗାଡିରେ ମଦ କେଉଁଠୁ ଆସିଲା କିଛି ଜାଣିନଥିବା କହିଛନ୍ତି ଡ୍ରାଇଭର । ସ୍ଥାନୀୟ ଜଣେ ବ୍ୟକ୍ତିଙ୍କର ପରିବା ଆଣିବା ପାଇଁ ସେ ବାଲେଶ୍ୱର ଆଗକୁ ଯାଇଥିଲେ । କିନ୍ତୁ ଗାଡିରେ ମଦ କେମିତି ଆସିଲା ସେ ଜାଣିନଥିବା କହିଛନ୍ତି । ଅଭିନବ ଢଙ୍ଗରେ ଚାଲିଛି ମଦ କାରବାର । ରାଜ୍ୟରେ ନୁହେଁ, ରାଜ୍ୟ ବାହାରକୁ ଲମ୍ବିଛି ଚୋରା ମଦର ଚେର । ବଜାରରେ ଏହାକୁ ବିକ୍ରି କରି ମାଲେମାଲ ହେଉଛନ୍ତି ମାଫିଆ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top