ନ୍ୟୁଜ୍

ମୃତ୍ୟୁ ପାଇଁ ରାଜ୍ୟ ସରକାର ଓ ପୋଲିସ ପ୍ରଶାସନ ଦାୟୀ: ବିଜେପି

bjp

ଭୁବନେଶ୍ୱର:  ମାଲକାନଗିରି ପୋଲିସ କ୍ୟାଂଟିନରେ କାର୍ଯ୍ୟରତ ମହିଳା ଦୁଷ୍କର୍ମର ଶୀକାର ହୋଇ ୫ଦିନ ପରେ ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ଆଖି ବୁଜିଲେ ମହିଳା ।  ତେବେ ରାଜ୍ୟ ସରକାର ଓ ପୋଲିସ ପ୍ରଶାସନର କର୍ତ୍ତବ୍ୟରେ ଅବହେଳା ଯୋଗୁଁ ମହିଳାଙ୍କ ମୃତ୍ୟୁ ଘଟିଲା ବୋଲି ରାଜ୍ୟ ସଂପାଦିକା ଡା. ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ।ପୀଡିତାଙ୍କ ଦେହରେ ଦୁଷ୍କର୍ମର ଚିହ୍ନ ଥିଲାବେଳେ ଡାକ୍ତରଖାନା କିମ୍ବା ପୋଲିସ ବିଭାଗ ପକ୍ଷରୁ କିଛି ଅନୁସନ୍ଧାନ କରାଗଲା ନାହିଁ । ଏତଲା ପରେ ମଧ୍ୟ ପୋଲିସ ତାଙ୍କ ନିଜ ବିଭାଗରେ କାମ କରୁଥିବା ମହିଳାଙ୍କୁ ସୁରକ୍ଷା ଦେଇପାରିଲା ନାହିଁ ।

ବେବିନା, ଇତିଶ୍ରୀ, କୁନ୍ଦୁଲି ପୀଡିତା ପରି ରାଜ୍ୟ ସରକାର ମହିଳାଙ୍କୁ ନ୍ୟାୟ ଦେବାରେ ବିଫଳ ହୋଇଛନ୍ତି ବୋଲି ଲେଖାଶ୍ରୀ  କହିଛନ୍ତି । ଏହାସହ ଲେଖାଶ୍ରୀ ଏହା ମଧ୍ୟ କହିଛନ୍ତି ଯେ, ପୋଲିସ ତାର ମୂଳ କାମ ଭୁଲି ଅନ୍ୟ କାର୍ଯ୍ୟ କରୁଛି । ଘଟଣାର ତଦନ୍ତ ନକରି ଘଟଣାକୁ ଚାପି ଦେବାକୁ ଅପଚେଷ୍ଟା କରାଯାଉଥିବା ସନ୍ଦେହ ସୃଷ୍ଟି ହୋଇଛି । ସେ ଆହୁରି କହିଛନ୍ତି ଯେ, କରୋନାର ବାହାନା ଦେଖାଇ ପୋଲିସ ତାଙ୍କର ପ୍ରମୁଖ ଦାୟିତ୍ୱରୁ ଓହରି ପାରିବେନାହିଁ । ପୋଲିସ ଘଟଣାର ଉପଯୁକ୍ତ ତଦନ୍ତ କରି ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଲେଖାଶ୍ରୀ ଦାବି କରିଛନ୍ତି ।

ରାଜ୍ୟରେ ଦୁଷ୍କର୍ମ ଭଳି ଅପରାଧ ଦିନକୁ ଦିନ ବଢିବାରେ ଲାଗିଛି । ପୀଡିତାମାନେ ନ୍ୟାୟ ନପାଇ ଆତ୍ମହତ୍ୟା କରୁଛନ୍ତି । ପୋଲିସ କେବଳ ରାଜ୍ୟ ସରକାରଙ୍କ ଇଙ୍ଗିତରେ କାମ କରୁଛି । ତେବେ ପୋଲିସ ଏସବୁ କାମରୁ ବାହାରି ଲୋକଙ୍କ ସୁରକ୍ଷା କାମରେ ଲାଗୁ । ରାଜ୍ୟ ସରକାର ମଧ୍ୟ ତୁରନ୍ତ ପୀଡିତାଙ୍କ ପରିବାରକୁ ଉପଯୁକ୍ତ ଅନୁକମ୍ପା ରାଶି
ପ୍ରଦାନ କରିବାକୁ ଲେଖାଶ୍ରୀ ସାମନ୍ତସିଂହାର ଦାବୀ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top