ମନୋରଞ୍ଜନ

ବଲିଉଡରେ ଚମକ ଦେଖାଇବେ ଓଡିଆ ଯୋଡି

entertainment News

ଅର୍ଗସ ବ୍ୟୁରୋ:  ବଲିଉଡରେ ଚମକ ଦେଖାଇବେ ଓଡିଆ ଯୋଡି । ଫିଲ୍ମ ପ୍ରଯୋଜକ ଓ ନିର୍ଦ୍ଦେଶକ ରାମ ଗୋପାଲ ବର୍ମା ତାଙ୍କ ଆଗାମୀ ଫିଲ୍ମ ‘ଥ୍ରୀଲର’ରେ ଓଡ଼ିଆ ଝିଅ ଅପ୍‌ସରା ରାଣୀଙ୍କୁ ନାୟିକା ଭାବେ ସୁଯୋଗ ଦେଇଥିବା ନେଇ ପୂର୍ବରୁ ସୂଚନା ଦେଇଥିବା ବେଳେ ଏହାର ନାୟକ ଭାବେ ମଧ୍ୟ ଜଣେ ଓଡ଼ିଆଙ୍କୁ ସୁଯୋଗ ଦେଇଛନ୍ତି । ରାମ୍ ଗୋପାଲ୍ ବର୍ମା ଆଜି ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ତାଙ୍କ ସୂଚନା ଅନୁଯାୟୀ, ଏହି ଓଡ଼ିଆ ଯୁବକଙ୍କ ନାଁ ୱାଜିଦ୍ ଓରଫ୍ ରକ୍ କାଚି । ତାଙ୍କ ଘର ନବରଙ୍ଗପୁରରେ।

ୱାଜିଦ୍ ନିଜ ପିଲା ଦିନର ୧୦ ରୁ ୧୫ ବର୍ଷ ସମୟ କାଟିଛନ୍ତି ନବରଙ୍ଗପୁରରେ । ଏବେ ସେ ରହୁଛନ୍ତି ଛତିଶଗଡରେ ।ପିଲାଟି ଦିନରୁ ତାଙ୍କର ଅଭିନୟ ପ୍ରତି ରୁଚି ରହିଥିଲା । ଛାତ୍ର ଜୀବନରେ ସେ ସ୍କୁଲ୍ ଓ କଲେଜରେ ଅନେକ ଡ୍ରାମାରେ ଅଭିନୟ କରି ପ୍ରଶଂସା ସାଉଁଟିଥିଲେ । ତାଙ୍କର ପ୍ରତିଭାକୁ ଚିହ୍ନିବା ପରେ ତାଙ୍କୁ ବଲିଉଡରେ ସୁଯୋଗ ଦେଇଛନ୍ତି ପ୍ରସିଦ୍ଧ ବଲିଉଡ୍ ନିର୍ଦ୍ଦେଶକ ରାମଗୋପାଳ ବର୍ମା ।

ରାମଗୋପାଲ ଟ୍ୱିଟ୍ କରି ଲେଖିଛନ୍ତି, ମୁଁ ଓଡ଼ିଶାକୁ ଚିହ୍ନିପାରିଛି ଓ ଆଉ ଜଣେ ପ୍ରତିଭାଙ୍କୁ ଆବିଷ୍କାର କରିଛି । ତାଙ୍କ ନାଁ ରକ୍ । ତାଙ୍କୁ ମୁଁ ‘ଥ୍ରୀଲର’ରେ ଅପ୍‌ସରାଙ୍କ ବିପକ୍ଷରେ ନେଇଛି । ଅନ୍ୟ ଏକ ଟ୍ୱିଟ୍ କରି ରାମଗୋପାଲ ଲେଖିଛନ୍ତି ଯେ, ସେ ରକ୍ ଓ ଅପ୍‌ସରାଙ୍କ ଭଳି ଅଧିକରୁ ଅଧିକ ଅଭିନେତା ଓ ଅଭିନେତ୍ରୀଙ୍କୁ ଦେଖିବାକୁ ଚାହୁଁଛନ୍ତି । ଏହା ସହିତ ରାମ ଗୋପାଲ କିଛି ଫଟୋ ପୋଷ୍ଟ କରିଛନ୍ତି । ଏହି ଫଟୋରେ ଉଭୟ ଅପ୍‌ସରା ଓ ରକ୍ ଅଛନ୍ତି । ରାମଗୋପାଲ ଟ୍ୱିଟ୍ କରି ଲେଖିଛନ୍ତି ‘ଥ୍ରୀଲର’ ପାଇଁ ଥ୍ରୀଲିଙ୍ଗ୍ ଫଟୋଶୁଟ୍ ହୋଇଛି । ରକ୍ କାଚି ମଧ୍ୟ ଟ୍ୱିଟ୍ କରି ତାଙ୍କୁ ସୁଯୋଗ ଦେଇଥିବାରୁ ରାମୁଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ସଫଳତାକୁ ସେ ଶବ୍ଦରେ ବର୍ଣ୍ଣନା କରିପାରିବେ ନାହିଁ ବୋଲି ଲେଖିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top