ନ୍ୟୁଜ୍

କରୋନା ପାଇଁ ସ୍ଥଗିତ ହେଲା OJEE ଅନ୍‌ଲାଇନ ପରୀକ୍ଷା

ଅର୍ଗସ ବ୍ୟୁରୋ : ମହାମାରୀ କରୋନା ପାଇଁ ସ୍ଥଗିତ ହେଲା OJEE ଅନ୍‌ଲାଇନ ପରୀକ୍ଷା। ତେବେ ଆସନ୍ତା ମାସରେ ହୋଇପାରେ ଅନଲାଇନରେ OJEE ପରୀକ୍ଷା। ଏନେଇ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। OJEE ଅନ୍‌ଲାଇନ ପରୀକ୍ଷା ସେପ୍ଟେମ୍ୱର ୯ରୁ ୧୫ ତାରିଖ ଯାଏଁ ହେବା ପାଇଁ ସ୍ଥିର ହୋଇଥିଲା।

ଚଳିତ ବର୍ଷ ପ୍ରଥମ କରି ରାଜ୍ୟ ବାହାରେ ରାଞ୍ଚି,ପାଟନା ଓ କୋଲକାତାରେ ପରୀକ୍ଷା କେନ୍ଦ୍ର ହୋଇଥିଲା। ସେହିପରି ରାଜ୍ୟରେ ୨୧ ଟି କେନ୍ଦ୍ର ହୋଇଥିଲା। ବର୍ଦ୍ଧିତ କରୋନା ସଂକ୍ରମଣ ପାଇଁ OJEE ଅନ୍‌ଲାଇନ ପରୀକ୍ଷା ଘୁଞ୍ଚାଇବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top