ମନୋରଞ୍ଜନ

ବାଙ୍ଗାଲୋର ହଲ୍‌ରେ ରିଲିଜ୍‌ ହେବ ଓଡ଼ିଆ ଚଳଚ୍ଚିତ୍ର ‘ଫ୍ରମ୍‌ ମି ଟୁ ୟୁ’

from me to uhh

ଭୁବନେଶ୍ୱର: ବାଙ୍ଗାଲୋରରେ ରିଲିଜ ହେବ ନୂଆ ସ୍ୱାଦର ଚଳଚ୍ଚିତ୍ର ଫ୍ରମ୍‌ ମି ଟୁ ୟୁ  । ରିସ୍ତା ୱେଭସ୍‌ ଆଣ୍ଡ ଏଣ୍ଟରଟେନମେଣ୍ଟ ନିବେଦିତ ‘ଫ୍ରମ୍‌ ମି ଟୁ ୟୁ’ ନଭେମ୍ବର ୧ରୁ ପ୍ରେକ୍ଷାଳୟକୁ ଆସିଥିଲେ ମଧ୍ୟ ଆସନ୍ତା 29 ତାରିଖ ସଂଧ୍ୟା 6ଟାରେ ବାଙ୍ଗାଲୋରର ଇନୋଭେଟିଭ ମଲ୍ଟି ପ୍ଲେକ୍ଟରେ ପୁଣି ରିଲିଜ ହେଉଛି । ଜ୍ୟୋତି ଓ ଶ୍ରଦ୍ଧାଙ୍କ ଯୋଡି ପୁରା ଜମିଥିବା ବେଳେ ଲମ୍ବା ବ୍ୟବଧାନ ପରେ ଦର୍ଶକଙ୍କ ପାଖକୁ ଫେରୁଛନ୍ତି ଅମ୍ଳାନ । ବନ୍ଧୁତ୍ୱର ଭିତ୍ତିଭୂମି ଉପରେ ଆଧାରିତ ଏହି ଫିଲ୍ମ ବେଶ ଦର୍ଶକୀୟ ଆଦୃତି ଲାଗୁଛି  । ସଂପୂର୍ଣ୍ଣ ପାରିବାରିକ ଏବଂ ଆବେଗଭରା କାହାଣୀ ଉପରେ ପର୍ଯ୍ୟବେସିତ ଏହି ଫିଲ୍ମରେ ଆକ୍ସନ, ଇମୋସନ ଏବଂ ସସପେନ୍ସ ଭରି ରହିଛି  ।

ଏହାର କାହାଣୀ, ଚିତ୍ରନାଟ୍ୟ ଏବଂ ନିର୍ଦ୍ଦେଶନା ହେମନ୍ତ କୁମାର ସାହୁ ଦେଇଥିବା ବେଳେ ସହଯୋଗୀ ନିର୍ଦ୍ଦେଶକ ଦାୟିତ୍ୱ ତୁଲାଇଛନ୍ତି ଅଶ୍ୱିନୀ ଗଡ଼ନାୟକ । କାର୍ଯ୍ୟକାରୀ ପ୍ରଯୋଜକ ରାଜେଶ କୁମାର ମହାନ୍ତି ଥିବା ବେଳେ କ୍ରିଏଟିଭ୍‌ ମୁଖ୍ୟ ଅଛନ୍ତି ଅଚିନ୍ତ୍ୟ ବେହେରା । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ଏଥିରେ ବରିଷ୍ଠ ଓ କନିଷ୍ଠ କଳାକାଙ୍କର ଏକ ମିଳନ ଘଟିଛି  । ବିଜୟ ମହାନ୍ତି, ପିଣ୍ଟୁ ନନ୍ଦ, ପ୍ରଜ୍ଞା, ସ୍ମିତା ମହାନ୍ତି, ଜୀବନ ପଣ୍ଡା, ପ୍ରମୁଖଙ୍କ ପରି ନାମୀଦାମୀ କଳାକାରଙ୍କ ସହ ଶ୍ରୀଲା, କୁସୁମ ତ୍ରିପାଠୀ, ଲୀଜା, ହିମାଂଶୁ, ସୁଜିତ, ସଂଜୟ, ରାଜେନ୍ଦ୍ର, ବିଶୁ, ଜିତୁ ଓ ଅଜୟଙ୍କୁ ଫିଲ୍ମରେ ଦେଖିବାକୁ ମିଳିବ । ବସନ୍ତରାଜ ସାମଲଙ୍କ ରଚିତ ଗୀତକୁ ସଙ୍ଗୀତ ରୂପ ଦେଇଛନ୍ତି ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ୍‌ ଆନନ୍ଦ । ତେବେ ବାଙ୍ଗାଲୋରରେ ରିଲିଜ ହେଉଥିବା ‘ଫ୍ରମ୍‌ ମି ଟୁ ୟୁ’ ସେଠିକାର ଲୋକଙ୍କ ମଧ୍ୟରେ ବେଶ ଆଦୃତ ହେବ ବୋଲି ପ୍ରୟୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି । ‘ଫ୍ରମ୍‌ ମି ଟୁ ୟୁ’ ମିଡିଆ ପାର୍ଟନର thrargus.in ଥିବା ବେଳେ ରେଡିଓ ପାର୍ଟନର ରହିଛି ‘Argus Radio ସବୁବେଳେ ବିନ୍ଦାସ୍‌’ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top