ଦେଶ

ଅଲିମ୍ପିକ ଯୋଗ୍ୟତା: ଆଜି କଳିଙ୍ଗ ଷ୍ଟାଡିୟମରେ ରୁଷକୁ ଭେଟିବ ଭାରତ

hockey

ଭୁବନେଶ୍ୱର: ଆଜି ଭାରତୀୟ ପୁରୁଷ ହକି ଦଳ ଅଲିମ୍ପିକ ଯୋଗ୍ୟତା ପର୍ଯ୍ୟାୟ ମୁକାବିଲାରେ କଳିଙ୍ଗ ଷ୍ଟାଡିୟମରେ ରୁଷର ମୁକାବିଲା କରିବ । ଦୁଇ ଦିନ ଧରି ଦୁଇଟି ପର୍ଯ୍ୟାୟରେ ହେବାକୁ ଥିବା ମ୍ୟାଚରେ ଭାରତ ରୁଷକୁ ହାଲୁକାରେ ନନେଇ ନିଜର ସାମର୍ଥ୍ୟ ଅନୁରୂପ ପ୍ରଦର୍ଶନ କରିବ । ଅନ୍ୟପକ୍ଷେ ମହିଳା ଦଳକୁ ଆମେରିକାର କଡ଼ା ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିବ ।

ଉଭୟ ପୁରୁଷ ଓ ମହିଳା ଭାରତୀୟ ହକି ଦଳ 2020 ଟୋକିଓ ଅଲିମ୍ପିକରେ ପ୍ରବେଶ ପାଇଁ କେବଳ ଦୁଇଟି ମ୍ୟାଚ ଦୂରରେ ରହିଛି । ମନପ୍ରୀତ ସିଂହଙ୍କ ନେତୃତ୍ଵାଧୀନ ଭାରତକୁ ଆଜି ସନ୍ଧ୍ୟା 8ଟାରେ କଳିଙ୍ଗ ଷ୍ଟାଡିୟମରେ ଅପେକ୍ଷାକୃତ ଦୁର୍ବଳ ରୁଷକୁ ଭେଟିବ । ଉଭୟ ଦଳ ଆଜି ଓ ଆସନ୍ତାକାଲି କ୍ରମାଗତ ଦୁଇଟି ମ୍ୟାଚ ଖେଳିବେ । ଦୁଇ ମ୍ୟାଚର ଯୋଗ୍ୟତା ପର୍ଯ୍ୟାୟ ମୁକାବିଲାରେ ବିଜୟୀ ଦଳ 2020 ଟୋକିଓ ଅଲିମ୍ପିକ ପାଇଁ ନିଜର ସ୍ଥାନ ସୁନିଶ୍ଚିତ କରିନେବ । ବିଶ୍ଵ ମାନ୍ୟତାରେ ପଞ୍ଚମ ସ୍ଥାନରେ ଥିବା ଭାରତ ରୁଷକୁ ସହଜରେ ପରାସ୍ତ କରିବ ବୋଲି ହକି ପ୍ରେମୀ ଆଶା ରଖିଛନ୍ତି  ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top