ଅପରାଧ

ବିବାହ ଚତୁର୍ଥୀରେ ବାପକୁ କୋଦାଳରେ ହାଣି ହତ୍ୟା କଲା ପୁଅ

କେନ୍ଦୁଝର: ବିବାହ ଚତୁର୍ଥୀରେ ବାପକୁ କୋଦାଳରେ ହାଣି ହତ୍ୟା କଲା ପୁଅ  । ନିଜ ବିବାହର ଚତୁର୍ଥୀ ଦିନ ବାପାକୁ କୋଦାଳରେ ହାଣି ହତ୍ୟା କଲା ପୁଅ । ଏପରି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ବାରିଆ ଥାନା ପୋଡାସିମଳା ଗାଁରେ । ମୃତକ ହେଲେ ଗାଁର କୁଶଧର ନାଏକ  । ପିତୃହନ୍ତା ପୁଅ ସୁନିଲ ନାଏକକୁ ଅଟକ ରଖିଛି ପୋଲିସ୍  ।ସୂଚନାଅନୁଯାୟୀ, କୁଶଧର ନାଏକଙ୍କର ବଡପୁଅ ସୁନିଲ ନାଏକ ଗତ 3ଦିନ ପୂର୍ବେ ବିବାହ କରିଥିଲେ  । କୌଣସି କାରଣରୁ ବାହାଘର ପାଇଁ ପିତା ଓ ପୁତ୍ରଙ୍କ ମଧ୍ୟରେ ମନୋମାଳିନ୍ୟ ଥିଲା  ।

ଆଜି ଚତୁର୍ଥୀ ପାଇଁ ଉଭୟ ସୁନିଲ ଓ ତାଙ୍କ ନବବିବାହିତା ପତ୍ନୀ ମନ୍ଦିରରୁ ଫେରିଥିଲେ  ।ଏହି ସମୟରେ ପୂର୍ବକଳିରୁ ସୁନିଲ ବାପା କୁଶଧରଙ୍କୁ କୋଦାଳରେ ହାଣି ପକାଇଥିଲେ  । ଘଟଣାସ୍ଥଳରେ ହିଁ କୁଶଧରଙ୍କର ମୃତ୍ୟୁ ଘଟିଥିଲା  । ଖବର ପାଇ ବାରିଆ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା  । ଶବ ଜବତ କରି ପିତୃହନ୍ତା ପୁତ୍ରକୁ ଅଟକ ରଖି ତଦନ୍ତ ଜାରି ରଖିଛି ପୋଲିସ୍  ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top