ଜୀବନ ମନ୍ତ୍ର

ଶୁଖୁଆ ଖାଇବା ପଡ଼ିବ ମହଙ୍ଗା, ପାକସ୍ଥଳୀ କ୍ୟାନସର୍‌ ପାଇଁ ଦାୟୀ ଡ୍ରାଏ ଫିସ୍‌ !

ଭୁବନେଶ୍ୱର:  ପଖାଳ ସାଙ୍ଗକୁ ଶୁଖୁଆ ପୋଡ଼ା ସୁଆଦ ନକହିବା ଭଲ । ପ୍ରତ୍ୟେକ ଓଡ଼ିଆ ଯେଉଁମାନେ ଆମିଷ ଖାଇବାକୁ ଭଲ ପାଆନ୍ତି ସେମାନେ ନିଶ୍ଚିତ ଭାବେ ଜଣିଛନ୍ତି ଏହାର ମଜା ନିଆରା । ଖରା, ବର୍ଷା ବା କୋହଲା ସବୁ ପାଗରେ ପଖାଳ ଏବଂ ଶୁଖୁଆ ଭଜାର ମଜା ନିଆରା । ବେଳେବେଳେ ଲୋକମାନେ ପଖାଳ ସାଙ୍ଗକୁ ଶୁଖୁଆ ଭଜା ବିଭିନ୍ନ ହୋଟେଲରେ ବି ଖୋଜିଥାନ୍ତି । ଶୁଖୁଆ କହିବାକୁ ଭଲ ପାଉନଥିବା ଲୋକ ଏହାକୁ ଡ୍ରାଏ ଫିସ୍‌ କହିଥାନ୍ତି । କିନ୍ତୁ ଖାଇବାକୁ ଭୁଲନ୍ତି ନାହିଁ । ଆପଣ ବି ଶୁଖୁଆ ଖାଇବାକୁ ଭଲ ପାଆନ୍ତି କି ? ଏବେ ହୋଇଯାଆନ୍ତୁ ସାବଧାନ ! ଏହି ଶୁଖାଆ ନେଇପାରେ ଆପଣଙ୍କ ଜୀବନ ।

କଟକର ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ର (AHRCC)ର ଡାକ୍ତରମାନଙ୍କ କହିବା କଥା ହେଲା କର୍କଟ ପାଇଁ କୋଷ୍ଟାଲ ଅଞ୍ଚଳରୁ ମିଳୁଥିବା ଶୁଖୁଆ ହିଁ ଦାୟୀ । AHRCCର ନିର୍ଦ୍ଦେଶକ ଲଲାଟେନ୍ଦୁ ଷଡ଼ଙ୍ଗୀ ଏକ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି, ପାକସ୍ଥଳୀ କର୍କଟ ହେବାର ମୁଖ୍ୟ କାରଣ ହେଲା ଲୁଣି ଶୁଖୁଆ । ଏହି ଲୁଣି ଶୁଖାଆ ଖାଇବା ଦ୍ୱାରା ପାକସ୍ଥଳୀ କ୍ୟାନସର ବଢ଼ୁଥିବା କହିଛନ୍ତି ଲଲାଟେନ୍ଦୁ ।

ଶୁଖୁଆ ବ୍ୟତୀତ ଏବେ ଓଡ଼ିଆମାନେ ନିଜ ଖାଦ୍ୟରେ ବ୍ୟବହାର କରୁଥିବା ଅତ୍ୟଧିକ ମସଲା ବି କ୍ୟାନସରର କାରଣ ସାଜିଛି । ପରିବର୍ତ୍ତିତ ଜୀବନଶୈଳୀ ପାଇଁ ରାଜ୍ୟରେ କ୍ୟାନସର ଭଳି ରୋଗର ମାତ୍ରା ବୃଦ୍ଧି ପାଉଛି ।  ପୂର୍ବରୁ ଓରାଲ କ୍ୟାନସର ଉଭୟ ପରୁଷ ଏବଂ ମହିଳାମାନଙ୍କ କ୍ଷେତ୍ରରେ ଦେଖାଯାଉଥିବା ବେଳେ ଏବେ ଷ୍ଟୋମାକ୍‌ କ୍ୟାନସରର ମାମଲା ଅଧିକ ହେଉଥିବା ସେ କହିଛନ୍ତି ।

ଏବେ ଅଧିକରୁ ଅଧିକ ପାକସ୍ଥଳୀ କ୍ୟାନସର ଥିବା ରୋଗୀଙ୍କ ବୃଦ୍ଧି ପାଉଥିବା ବେଳେ ଏହାର ମୁଖ୍ୟ କାରଣ ସାଜିଛି ଲୁଣି ସ୍ପାଇସି ଫୁଡ୍‌, ଲୁଣି ଶୁଖୁଆ ଏବଂ ପରିବର୍ତ୍ତିତ ଜୀବନ ଶୈଳୀ ।

 ନିକଟରେ ମିଳିଥିବା ରିପୋର୍ଟ ଅନୁସାରେ ଅଧିକ ପାକସ୍ଥଳୀ କ୍ୟାନସର ରୋଗୀ କଟକରେ ଥିବା ଜଣାପଡ଼ିଛି । ଆଉ ଏହାର କାରଣ ଉପକୂଳ ଜିଲ୍ଲାରେ ଲୋକପ୍ରିୟ ଖାଦ୍ୟ ଭାବେ ଗ୍ରହଣ କରାଯାଉଥିବା ଶୁଖୁଆ ହିଁ ଦାୟୀ ବୋଲି ଜଣାପଡ଼ିଛି । ତେବେ ପାକସ୍ଥଳୀ କ୍ୟାନସର ପାଇଁ ଶୁଖୁଆକୁ ଏକ୍ସପର୍ଟ ମାନେ ଦାୟୀ କରୁଥିବା ବେଳେ ଏବେ ଏନେଇ ବୈଜ୍ଞାନିକ ଉପାୟରେ ପ୍ରମାଣ କରିବା ପାଇଁ ପ୍ରସ୍ତୁତି ଚାଲିଥିବା ଜଣାପଡ଼ିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top