ନ୍ୟୁଜ୍

ସଡ଼କ ଦୁର୍ଘଟଣାରେ ଜଣେ ମୃତ, ଦୁଇ ଗୁରୁତର

Accident

ମୟୁରଭଞ୍ଜ:  ଦିନକୁ ଦିନ ରାଜ୍ୟରେ ଯେଉଁଭଳି ଭାବରେ ସଡ଼କ ଦୁର୍ଘଟଣା ଘଟୁଛି ଏଥିରେ ଅନେକ ଜୀବନ ଯାଉଛି ।  ଏଭଳି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ଥିବା ଜଣାପଡ଼ିଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ହାଟବାଦଡା ଅଞ୍ଚଳର କାଦୁଆଣି ଛକରେ । ମୃତ୍ୟୁ ବରଣ କରିଥିବା ଯୁବକ ଜଣକ ହେଲେ କରଞ୍ଜିଆର ମୁକେଶ ମହାକୁଡ଼ ଓ ଗୁରୁତର ଥିବା ଯୁବକ ଦ୍ୱୟ ହେଲେ ଝାଡ଼ଖଣ୍ଡ ରାଜ୍ୟର ଝଲକ ବାନରା ଓ ରରୁଆର ବିଜୁ ବାଙ୍କିରା।

ସୂଚନା ଅନୁଯାୟୀ, ଏକ ବାଇକ ଯୋଗେ ତିନି ଜଣ ଯୁବକ ଯୋଶୀପୁରରୁ ରାଇରଙ୍ଗପୁର ପଟକୁ ଦ୍ରୁତ ଗତିରେ ଆସୁଥିବା ସମୟରେ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା କାଦୁଆଣି ଛକରେ ଠିଆ ହୋଇଥିବା ଏକ କ୍ଷୀର ଗାଡିକୁ ଧକ୍କା ଦେଇଥିଲେ।ଘଟଣା ସ୍ଥଳରେ ହିଁ ଜଣକର ମୃତ୍ୟୁ ହୋଇଯାଇଥିଲାବେଳେ ଦୁଇ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଅବସ୍ଥାରେ ୧୦୮ ଆମ୍ବୁଲାନ୍ସ ଯୋଗେ ରାଇରଙ୍ଗପୁର ଡାକ୍ତରଖାନା ଅଣାଯାଇଥିଲା। ସେପଟେ ରାଇରଙ୍ଗପୁର ଗ୍ରାମାଞ୍ଚଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି କ୍ଷୀର ଗାଡି ଓ ବାଇକକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top