ନ୍ୟୁଜ୍

ବାଇକକୁ ଧକ୍କା ଦେଲା ପିକଅପ୍, ବାଇକ ଚାଳକ ମୃତ

accident

କଟକ:  କଟକ ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥ ହରିଅନ୍ତା ନିକଟରେ ଏକ ପିକଅପ ବାଇକୁ ଧକ୍କା ଦେଇଛି । ଘଟଣା ସ୍ଥଳରେ  ବାଇକ ଚାଳକଙ୍କର ମୃତ୍ୟୁ ଘଟିଛି ।  ମୃତ ଜଣକ ହେଲେ ହରିଅନ୍ତା ଗ୍ରାମର ସୁରେନ୍ଦ୍ର ଖୁଣ୍ଟିଆ ବୋଲି ଜଣାପଡିଛି । ଘଟଣା ସ୍ଥଳରେ ଟାଙ୍ଗୀ ପୋଲିସ ପହଂଚି ମୃତ ଦେହକୁ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ କଟକ ବଡ଼ ମେଡିକାଲ ପଠାଇଛି । ଏହାସହ ପିକପ ଓ ବାଇକଟିକୁ ଜବତ କରିଛି ପୋଲିସ । ତେବେ ରାସ୍ତା କଡରେ ବେଆଇନ୍ ଭାବେ ଟ୍ରକ, ଟଲର ପାର୍କିଙ୍ଗ୍ ହେଉଥିବାରୁ ବାରମ୍ବାର ଏଭଳି ଦୁର୍ଘଟଣା ଘଟୁଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top