ନ୍ୟୁଜ୍

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ମୃତ

Accident

ମୟୁରଭଞ୍ଜ:  ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ମୃତ । ଏଭଳି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ବେତନଟୀ ୧୮ ନମ୍ବର ଜାତୀୟ ରାଜପଥ ନିକଟରେ । ଦୁର୍ଘଟଣାରେ ଜଣେ ସ୍କୁଟର ଆରୋହୀଙ୍କ ମୃତ୍ୟୁ ହୋଇଯାଇଛି । ମୃତକ ଜଣକ ବେତନଟୀ ଅଞ୍ଚଳର ସନ୍ତୋଷ ଅଗରଓ୍ୱାଲ ବୋଲି ଜଣାପଡ଼ିଛି ।

ସୂଚନ ମୁତାବକ, ଗତକାଲି ରାତିରେ ସେ ଏକ ହିରୋ ଡୁଏଟ୍ ଗାଡିରେ ନିଜ ଘର ବେତନଟୀକୁ ଆସୁଥିବାବେଳେ ଛୁରୁଣୀ ଛକଠାରେ ଏକ ଅଜଣା ସ୍କର୍ପିଓ ଗାଡି ତାଙ୍କୁ ଧକ୍କା ଦେଇ ଖସିପଳାଇବାରେ ସକ୍ଷମ ହୋଇଛି । ରାସ୍ତାରେ ଯାଉଥିବା ଲୋକଙ୍କ ସହାୟତାରେ ତାଙ୍କୁ ତୁରନ୍ତ ବେତନଟୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ସ୍ଥଳରେ ବେତନଟୀ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top