ନ୍ୟୁଜ୍

ଲାଗୁ ହେବ ଗୋଟିଏ ଦେଶ ଗୋଟିଏ ରାସନ କାର୍ଡ

ration card
courtesy: www.orissapost.com

ଭୁବନେଶ୍ୱର: ଖୁବ୍ ଶୀଘ୍ର ସାରା ଦେଶରେ ଲାଗୁ ହେବାକୁ ଯାଉଛି ଗୋଟିଏ ଦେଶ, ଗୋଟିଏ ରାସନ କାର୍ଡ । ରାସନ କାର୍ଡ଼ଧାରୀଙ୍କ ପାଇଁ ଖୁସି ଖବର । ଯେକୌଣସି ସ୍ଥାନରୁ ରାସନ ସାମଗ୍ରୀ ଉଠାଇପାରିବେ ହିତାଧିକାରୀ । ସେପଟେମ୍ବର ୧ରୁ ପାଇଲଟ ପ୍ରୋଜେକ୍ଟ ଭାବେ ଭୁବନେଶ୍ୱର ମହାନଗର ନିଗମରୁ ଆରମ୍ଭ ହେବ । ପରବର୍ତ୍ତୀ ସମୟରେ ସବୁ ଜାଗାକୁ ସ୍ଥାନାନ୍ତର ହେବ । ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏନେଇ ସୂଚନା ଦେଇଛନ୍ତି ।

ଦେଶର ସବୁ ଅଞ୍ଚଳରେ ରାସନ କାର୍ଡ଼ ବ୍ୟବହାର କରିପାରିବେ ହିତାଧୀକାରୀ ।  ଏହି ବ୍ୟବସ୍ଥା ଲାଗୁ ହେଲେ ଏଣିକି ସବୁଠି ଚଳିବ ରାସନ କାର୍ଡ ।  ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ହିତାଧିକାରୀ ସାମ୍ରଗୀ ଉଠାଇପାରିବେ ।

କେନ୍ଦ୍ର ସରକାରଙ୍କ ପରି ରାଜ୍ୟ ସରକାର ମଧ୍ୟ ଏକ ଦେଶ ଏକ ରାସନ କାର୍ଡ଼ ଦିଗରେ କାମ କରୁଛନ୍ତି । ଏହି ନୀତି ଆସିବା ପରେ ରାଜ୍ୟରେ ଯେକୌଣସି ସ୍ଥାନରେ ଗୋଟିଏ ରାସନ କାର୍ଡ଼ ବ୍ୟବହାର କରି ରାସନ ସାମଗ୍ରୀ ପାଇପାରିବେ ହିତାଧିକାରୀ । ଜଣେ ରାସନ କାର୍ଡ଼ଧାରୀଙ୍କୁ ଗୋଟିଏ ରାସନ ଦୋକାନରେ ବନ୍ଧକ ହୋଇ ରହିବାକୁ ପଡ଼ିବ ନାହିଁ । ହିତାଧିକାରୀଙ୍କୁ ସମ୍ପୂର୍ଣ୍ଣ ସ୍ୱାଧୀନତା ଦିଆଯିବ । ନୂଆ ବ୍ୟବସ୍ଥା ଲାଗୁହେବା ପରେ ସାରା ଦେଶରେ ଗୋଟିଏ ରାସନ କାର୍ଡ଼ ବ୍ୟବହାର କରାଯିବ । ଗରିବ ହିତାଧିକାରୀ ରାସନ ପାଇବାରୁ ବଞ୍ଚିତ ହେବେନି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top