ଦେଶ

ଅଭିନେତା ସୁଶାନ୍ତ ସିଂଙ୍କ ଆତ୍ମହତ୍ୟା ପରେ କଟକର ଜଣେ ତାଙ୍କ ଫ୍ୟାନ୍‌ଙ୍କ‌ ଆତ୍ମହତ୍ୟା

କଟକ: ଅଭିନେତା ସୁଶାନ୍ତ ସିଂଙ୍କ ଆତ୍ମହତ୍ୟାରେ ମର୍ମାହତ ହୋଇ କଟକର ଜଣେ ତାଙ୍କ ଫ୍ୟାନ୍‌ ଆତ୍ମହତ୍ୟା କରିଛନ୍ତି ।  ବଲିଉଡ୍‌ର ଯୁବ ଅଭିନେତା  ସୁଶାନ୍ତ ସିଂ ରାଜପୁତଙ୍କ  ଆତ୍ମହତ୍ୟା ବି-ଟାଉନ୍‌କୁ ଦୋହଲାଇ ଦେଇଥିବାବେଳେ ତାଙ୍କ ଫ୍ୟାନ୍‌ ମାନଙ୍କ ମନରେ ମଧ୍ୟ ଗଭୀର ଆଘାତ ଲାଗିଛି । ଯାହାଦ୍ୱାରା କଟକ ଯୋବ୍ରା ପାରେଶ୍ୱର ସାହିର ଜଣେ ନବମ ଶ୍ରେଣୀ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ଉକ୍ତ ଫ୍ୟାନ୍‌ ଜଣଙ୍କ ପଙ୍ଖାରେ ଝୁଲି ଆତ୍ମହତ୍ୟା କରିଥିବା ସୂଚନା ମିଳିଛି ।

ସୂଚନାମୁତାବ  ରବିବାର ଦିନ  ଅଭିନେତା ସୁଶାନ୍ତ ସିଂ  ମୁମ୍ବାଇର ବାନ୍ଦ୍ରା ସ୍ଥିତ ତାଙ୍କ ବାସଭବନରେ ପଙ୍ଖାରେ ରସି ଲଗାଇ ଆତ୍ମହତ୍ୟା କରିଥିଲେ । ପୋଲିସ୍‌ର ରିପୋର୍ଟ ଅନୁଯାୟୀ  ସୁଶାନ୍ତ  ଡିପ୍ରେସନର ସିକାର ହୋଇ ଆତ୍ମହତ୍ୟା କରିଥିଲେ । ତେବେ ସୁଶାନ୍ତ 6 ମାସ ହେବ ଡିପ୍ରେସନରେ ଥିଲେ ବୋଲି ତାଙ୍କ ପରିବାର ଲୋକେ ପୋଲିସ୍‌କୁ ସୂଚନା ଦେଇଥିଲେ। ତେବେ ଏହି ଡିପ୍ରେସନର ପ୍ରକୃତ କାରଣ କଣ ଯେଉଁଥିପାଇଁ ଜଣେ ଉଦୟମାନ ଅଭିନେତା ଆତ୍ମହତ୍ୟାକୁ ବାଛିନେଇଥିଲେ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡି ନାହିଁ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top