ଦେଶ

ସେନା ଦ୍ୱାରା ଜଣେ ଆତଙ୍କୀ ନିହତ, ସର୍ଚ୍ଚ ଅପରେସନ ଜାରି

ପୁଲଓ୍ୱାମା: ଆଜି କାଶ୍ମୀରରେ ଆତଙ୍କବାଦୀ-ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । କାଶ୍ମୀରର ଅବନ୍ତୀପୁରାର ତ୍ରାଲ ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇ ଜଣେ ଆତଙ୍କୀ ନିହତ ହୋଇଛି । ଆତଙ୍କବାଦୀଙ୍କ ବିରୋଧରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଥିବା ଜଣାପଡିଛି ।

ଏହା ପୂର୍ବରୁ ଜମ୍ମୁକାଶ୍ମୀରରେ ସୁରକ୍ଷାକର୍ମୀଙ୍କ ଅପରେସନରେ ୧୩ ଆତଙ୍କବାଦୀ ନିପାତ ହୋଇଥିଲେ । ଜମ୍ମୁକାଶ୍ମୀରର ନୌସେରା ସେକ୍ଟରରେ ଏଲଓସି ନିକଟରେ ଅନୁପ୍ରବେଶ ଉଦ୍ୟମ କରୁଥିବା ପାକିସ୍ତାନୀ ଆତଙ୍କବାଦୀଙ୍କୁ ସୋମବାର ଦିନ ସୁରକ୍ଷାକର୍ମୀ ନିପାତ କରିଥିଲେ । ସେହିଭଳି ମେ’୨୮ରୁ ଅନୁପ୍ରବେଶ ପଣ୍ଡ କରିବାକୁ ଆରମ୍ଭ ହୋଇଥିବା ଅଭିଯାନରେ ଏପର୍ଯ୍ୟନ୍ତ ୪ ଦିନରେ ୧୩ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡିଛି ।

ସେନାର ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ ମେ’ ୨୮ରେ ଆତଙ୍କବାଦୀ ଅନୁପ୍ରବେଶ ବିରୋଧରେ ଅଭିଯାନ ଆରମ୍ଭ ହୋଇଥିଲା । ଫଳରେ ସୁରକ୍ଷାକର୍ମୀ ପୁଞ୍ଛ ଜିଲ୍ଲାର ମେଣ୍ଢର ସେକ୍ଟରରେ ଏଲଓସି ନିକଟରେ ଅନୁପ୍ରବେଶ ଉଦ୍ୟମ କରୁଥିବା ୧୦ ଜଣ ଆତଙ୍କବାଦୀଙ୍କୁ ନିପାତ କରିଥିଲେ । ଏହା ପୂର୍ବରୁ ସେନାବାହିନୀ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା ଯେ, ସୋମବାର ଦିନ ନୌସେରା ସେକ୍ଟରରେ ୩ ଆତଙ୍କବାଦୀ ନିହତ ହୋଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top